୨୦ ବର୍ଷ ଧରି ରୋଜଗାର ଦେଲା, ବୁଢା ବେଳେ ଜଙ୍ଗଲରେ ଛାଡି ମାଲିକ ଛୁ ମାରିଲା ।

816

କନକ ବ୍ୟୁରୋ : ପ୍ରାୟ ୨୦ ବର୍ଷରୁ ଉଦ୍ଧ୍ୱର୍ କାଳ ଓଟକୁ ନିଜ କାମରେ ଲଗାଇଲେ। ଭଲ ଅର୍ଥ ରୋଜଗାର କଲେ। ଆଉ ଯେତେବେଳେ ଓଟଟି ବୁଢ଼ା ହୋଇଗଲା, ତାକୁ ଜଙ୍ଗଲରେ ଛାଡ଼ି ମାଲିକ ଏବେ ଛୁ’ ମାରିଛନ୍ତି। ବିଚରା ଓଟଟି ଏଣେତେଣେ ଅସହାୟ ଅବସ୍ଥାରେ ବୁଲୁଛି। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଧୀନ ସୁମଣ୍ଡଳ ଠାରୁ କିଛି ଦୂର ଖଲ୍ଲିକୋଟ ବ୍ଲକ୍ ଅଧୀନ ଛାଞ୍ଚୁଣିଆ ଜଙ୍ଗଲରେ।

ଜଙ୍ଗଲ ତଳ ମୁଣ୍ଡରେ ଗୋଟିଏ ବୁଢ଼ା ଓଟକୁ ତା’ର ମାଲିକ ଛାଡ଼ି ପଳାଇଛି। ମାଲିକ ପ୍ରଥମେ ଓଟଟିକୁ ବେଗୁନିଆପଡ଼ା ବ୍ଲକ୍ ଅଧୀନ କେ.ବରିଡ଼ା ନିକଟ ଏକ ବିଲରେ ଛାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ଉପରେ ବିରକ୍ତ ହେବାରୁ ମାଲିକ ଓଟକୁ ନେଇ ଛାଞ୍ଚୁଣିଆ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।