ଓଜେଇଇରେ ଲାଗୁ ହେଲା ଇଡବ୍ଲୁଏସ୍ କୋଟା। ରାଜ୍ୟର ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ହେବେ ଉପକୃତ।

340

କନକ ବ୍ୟୁରୋ: ରାଜ୍ୟରେ ଇଞ୍ଜିନିୟରିଂ ପାଠପଢ଼ା ପାଇଁ ଲାଗୁ ହେଲା ଇଡବ୍ଲୁଏସ ସ୍କିମ୍ । ଅର୍ଥାତ୍ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଏଣିକି ସଂରକ୍ଷିତ ସିଟ୍ରେ ଇଞ୍ଜିନିୟରିଂ ପାଠକ୍ରମରେ ନାମ ଲେଖାଇପାରିବେ । ଏଥିପାଇଁ ଚଳିତବର୍ଷଠାରୁ ୧୦ପ୍ରତିଶତ ସଂରକ୍ଷିତ ସିଟ୍ ପାଇଁ ଆବେଦନ କରିପାରିବେ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ । ନିୟମ ଅନୁଯାୟୀ ଇଞ୍ଜିନିୟରିଂ କଲେଜରେ ଇଡବ୍ଲୁଏସ ଏବଂ ଅନ୍ୟ କୋଟା ଅଧାରରେ ୨୫ ପ୍ରତିଶତ ସିଟ ବୃଦ୍ଧି ପାଇବ ।

ରାଜ୍ୟରେ ୮ଟି ସରକାରୀ କଲେଜ ସହ ମୋଟ ୮୬ଟି ଇଞ୍ଜିନିୟରିଂ କଲେଜ ରହିଛି ।
ମୋଟ ସିଟ୍ ସଂଖ୍ୟା ୩୪,୦୦୦ରୁ ଅଧିକ
ନୂଆ ସଂରକ୍ଷଣ ପାଇଁ ୩୪୦୦ ସିଟ୍ ବୃଦ୍ଧି କରାଯାଇଛି
ଆବଶ୍ୟକ ହେଲେ ଅଧିକ ସିଟ୍ ବୃଦ୍ଧି କରାଯିବ

ଏବେ ନଜର ପକାଇବା କାହାକୁ ମିଳିବ ଇଡବ୍ଲୁଏସ୍ କୋଟା?

ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ କୋଟାରେ ଅନ୍ତର୍ଭୁକ୍ତ ନଥିବେ
ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ଥିବ
୫ ଏକର କିମ୍ବା ତା’ଠାରୁ ଅଧିକ ଜମି ନଥିବ
ଆର୍ଥିକ ଅନଗ୍ରସର ପ୍ରମାଣପତ୍ର ପାଇଁ ତହସିଲ୍ ଅଫିସକୁ ଆବେଦନ କରିବେ
ତଥ୍ୟ ଯାଞ୍ଚ ପରେ ତହସିଲ୍ଦାର କିମ୍ବା ଅତିରିକ୍ତ ତହସିଲଦାର ପ୍ରମାଣପତ୍ର ଦେବେ
କାଉନସେଲିଂ ବେଳେ ଇଡବ୍ଲୁଏସ୍ କୋଟା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ନାମଲେଖା ସମୟରେ ଇଡବ୍ଲୁଏସ୍ ପ୍ରମାଣପତ୍ର ଦେଖାଇବାକୁ ପଡିବ

ଅଲ ଇଣ୍ଡିଆ କାଉନସିଲ୍ ଫର ଟେକନିକାଲ ଏଜୁକେସନର ଅନୁମୋଦନକ୍ରମେ ଏହି କୋଟାକୁ ଚଳିତବର୍ଷଠାରୁ ଲାଗୁ କରିଛି ଓଜେଇଇ ।