ଚିଲିକାକୁ କାଳ କାର୍ଗୋ ଜାହାଜ ? ମହାବିପଦ ଆଣିବ ମାଲେସିଆ ଜାହାଜ, ତେଲ ଲିକ୍ ନେଇ ଆଶଙ୍କା

1,538

କନକ ବ୍ୟୁରୋ: ଚିଲିକାକୁ ମହାବିପଦ ଆଣିଲା ମାଲେସିଆ ଜାହାଜ । ୭ ଦିନ ହେଲା ଅଟକି ରହିଥିବା ଜାହାଜରୁ ତେଲ ନିର୍ଗତ ହେବା ନେଇ ଆଶଙ୍କା କରାଯାଉଛି । କାର୍ଗୋ ସିପରୁ ତେଲ ନିର୍ଗତ ହେବା ନେଇ ସରକାରଙ୍କୁ ସୂଚନା ଦେଲେ କୋଷ୍ଟଗାର୍ଡ । ଯଦି ତେଲ ଲିକ ନେଇ କୌଣସି ପଦକ୍ଷେପ ନିଆନଯାଏ ତେବେ ଏହା ଚିଲିକା ପ୍ରତି ଭୟଙ୍କର ବିପଦ ଆଣିବ । ଚିଲିକା ଏବଂ ଉପକୂଳ ଅଞ୍ଚଳ ପାଇଁ ମଧ୍ୟ ବଡ ବିପଦ ସୃଷ୍ଟି କରିବ । ସପ୍ତାହେ ଧରି ରହିଥିବା ଏହି ଜାହାଜରୁ ତେଲ ଲିକ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୋଷ୍ଟଗାର୍ଡ ସୂଚନା ଦେଇଛନ୍ତି । ସରକାରଙ୍କୁ ସୂଚନା ଦେବା ସହ କୋଷ୍ଟଗାର୍ଡ ପକ୍ଷରୁ ଜାହାଜ କମ୍ପାନୀକୁ ମଧ୍ୟ ଚିଠି ଲେଖା ଯାଇଛି ।

ତେବେ ସବୁଠାରୁ ବଡ କଥା ହେଉଛି ଏହି ଜାହାଜରେ ୩୦ ହଜାର ଲିଟର ଡିଜେଲ ମହଜୁଦ ରହିଛି । ସେହିପରି ୧୦୦୦ ଲିଟର ଲ୍ୟୁବ୍ ଅଏଲ, ୨୦୦ ଲିଟର ହାଇଓଡ୍ରିକ୍ ଅଏଲ ମଧ୍ୟ ମହଜୁଦ ରହିଛି । ଯାହା ଲିକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ତେଲ ଲିକ ହେବା ପରେ ଚିଲିକାର ଜୈବ ବିବିଧତା ଉପରେ ଏହା ବିପଦ ଆଣିବ ବୋଲି ଆଶଙ୍କା କରା ଯାଉଛି ।

ତେବେ ଯାନ୍ତ୍ରିକ ତୃଟି କାରଣରୁ ଗତ ୭ ଦିନ ହେଲା ମାଲେସିଆର କାର୍ଗୋ ଜାହାଜ ଚିଲିକାର ରାଜହଂସରେ ପଡି ରହିଛି । ଦିଗ ଭୁଲିଯିବା କାରଣରୁ ଏହି ଜାହାଜଟି ଚିଲିକାରେ ଲାଗିଛି । ତେବେ ବର୍ତ୍ତମାନ ତେଲ ଲିକ ନେଇ କରାଯାଉଥିବା ଆଶଙ୍କା ଚିଲିକା ପ୍ରତି ବିପଦ ଆଣିପାରେ ବୋଲି ସରକାରଙ୍କୁ ଅବଗତ କରାଇଛି ତଟରକ୍ଷୀ…