ଓଏଚପିସିରେ ପାଳିତ ହୋଇଯାଇଛି ୭୨ତମ ଗଣତନ୍ତ୍ର ଦିବସ । ଉପସ୍ଥିତ ଥିଲେ ସମସ୍ତ କର୍ମଚାରୀ ।

50

କନକ ବ୍ୟୁରୋ : ଓଏଚପିସି କର୍ପୋରେଟ ଅଫିସ, ଟ୍ରେନିଂ ସେଣ୍ଟର ଓ ଏହାର ୟୁନିଟ୍ ଗୁଡିକରେ ପାଳନ ହୋଇଛି ୭୨ତମ ଗଣତନ୍ତ୍ର ଦିବସ । ଏହି କାର୍ଯ୍ୟକ୍ରମ ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । କର୍ପୋରେଟ ଅଫିସ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏଚଆର ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଫାଇନାନ୍ସ ଡିରେକ୍ଟର ପ୍ରଭାକର ମହାନ୍ତି, ମନୋରଞ୍ଜମ ମହାନ୍ତି ଓ ଅଫିସର ଅନ୍ୟ କର୍ମକର୍ତ୍ତା । ପତାକା ଉତ୍ତୋଳନ ବେଳେ ସରକାରଙ୍କ କରୋନା ଗାଇଡଲାଇନକୁ ପାଳନ କରାଯାଇଥିଲା । ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିଥିଲେ ।