ବାରବାଟୀ ଦିନିକିଆ ପାଇଁ ଟିକେଟ ବିକ୍ରି । ଓସିଏ ଅନୁବନ୍ଧିତ କ୍ଲବଗୁଡିକ ପାଇଁ ଆଜିଠାରୁ ଅଫଲାଇନରେ ଆରମ୍ଭ ହେଲା ଟିକେଟ ବିକ୍ରି ।

373

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆଜି ଠାରୁ ଦୁଇ ଦିନ ଧରି ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବ ଇତ୍ୟାଦିକୁ ଟିକେଟ ବିକ୍ରି କରାଯିବ । ସକାଳ ୧୦ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିକ୍ରି ହେବ ଟିକେଟ ।

ଏମାନଙ୍କ ପାଇଁ ୮ ହଜାର ୯୪୬ ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି । ଏଠାରୁ ଯେଉଁ ଟିକେଟ ବଳିବ, ତାକୁ କାଉଂଟରରେ ବିକ୍ରି କରାଯିବ । ୧୯ ଓ ୨୦ ତାରିଖରେ ୨ଟି କାଉଂଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ହେବ । ଟିକେଟ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନଲାଇନରେ ୮ ହଜାର ୧୫୦ ଟିକେଟ ବିକ୍ରି ସରିଥିବା ବେଳେ କାଉଂଟରରେ ବିକ୍ରି ପାଇଁ ୧୦ ହଜାର ୫୦ ଟିକେଟ ରହିଛି ।