କେମିତି ହେବ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ? ସରକାର ଦେଲେ ସବିଶେଷ ତଥ୍ୟ । 

222

କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ରହିଥିଲେ, ସେମାନଙ୍କ ପାଇଁ ଅଫଲାଇନ୍ ପରୀକ୍ଷାର ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ । ଏବଂ ଏଥିପାଇଁ ଗତ ଜୁଲାଇ ୫ ତାରିଖରୁ ୧୫ ତାରିଖ ମଧ୍ୟରେ ଫର୍ମଫିଲପ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ଗଣଶିକ୍ଷା ସଚିବଙ୍କ ସୂଚନା ଅନୁଯାୟୀ, ୧୫ ହଜାର ୧୧୫ ଜଣ ଛାତ୍ରଛାତ୍ରୀ ପୁନର୍ବାର ପରୀକ୍ଷା ଦେବା ନେଇ ଫର୍ମଫିଲପ କରିଛନ୍ତି । ତେବେ ଆସନ୍ତୁ ଜାଣିବା, କେମିତି ହେବ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ।

୧. ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏବଂ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ର ଗୁଡିକୁ ସାନିଟାଇଜ୍ କରାଯିବ । 

୨. ପ୍ରତି ପରୀକ୍ଷା କେନ୍ଦ୍ରରେ ଗୋଟିଏ ଲେଖାଏଁ ଆଇସୋଲେସନ୍ ରୁମ୍ ରହିବ । 

୩. ସମସ୍ତ ପରୀକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ତାଙ୍କର ଥର୍ମାଲ ସ୍କାନିଂ କରାଯିବ । 

୪. ପରୀକ୍ଷା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । 

୫. ବିନା ମାସ୍କରେ ଗଲେ ପରୀକ୍ଷା କେନ୍ଦ୍ରକୁ ଛଡାଯିବ ନାହିଁ । 

୬. ପରୀକ୍ଷା ପରିଚାଳନାରେ ଥିବା ସମସ୍ତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବ । 

୭. ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ଯାଏଁ ହେବ ପରୀକ୍ଷା । 

୮. ପରୀକ୍ଷା କେନ୍ଦ୍ରରେ କରୋନା ନିୟମ ପାଳନର ତଦାରଖ ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ କୋଭିଡ୍ ସ୍କାର୍ଡ ରହିବେ । 

୯. ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ ସାନିଟାଇଜେସନ୍ ହେବ, କୋଭିଡ୍ ନିୟମର ପାଳନ କରାଯିବ । 

୧୦. ଅଗଷ୍ଟ ୨୨ ତାରିଖ ଭିତରେ ବାହାରିବ ଅଫଲାଇନ୍ ମାଟ୍ରିକ୍ ରେଜଲ୍ଟ ।