ପ୍ରୋଜେକ୍ଟ ଫାଇଲ୍ ଚିରି ଦେଲେ ବାବୁ: ତାତି ନିଆଁ ହୋଇଗଲେ ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା

95

କନକ ବ୍ୟୁରୋ: ବାବୁ ଚିରି ଦେଲେ ପ୍ରୋଜେକ୍ଟ ଫାଇଲ୍ । ପ୍ରସ୍ତାବ ସଂପର୍କୀତ କାଗଜ ଚିରି ଦେବାରୁ ଡିଆରଡିଏ ପିଏ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପିଏଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ସ୍ୱାଧିନ ଜିଲ୍ଲା ପରିଷଦ ସଭ୍ୟ । ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ନନ୍ଦାହାଣ୍ଡି ବ୍ଲକ ୧ ନମ୍ବର ଜୋନର ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା ତାଲା ପକାଇ ଦେଇଛନ୍ତି । ଦିବ୍ୟଦାନଙ୍କ ଅଭିଯୋଗ ଅନୁସାରେ, ସେ ସ୍ୱାଧୀନ ଜିଲ୍ଲା ପରିଷଦ ସଭ୍ୟ ହୋଇଥିବାରୁ ତାଙ୍କ କଥା କୌଣସି ସରକାରୀ କର୍ମଚାରୀ ଶୁଣୁନାହାନ୍ତି । ନନ୍ଦାହାଣ୍ଡି ବ୍ଲକରେ ୪ ଲକ୍ଷ ୮ ହଜାର ଟଙ୍କାର ଏକ କାମ ଘରୋଇ ଜମି ଉପର କରାଯାଉଛି । ସେହି କାମ ନକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହକୁ ଯିବାକୁ ଥିବା ମାଟି ରାସ୍ତାର ଉନ୍ନତିକରଣ କରି କଂକ୍ରିଟ ରାସ୍ତା କରିବାକୁ ପ୍ରସ୍ତାବ ଦେଇଥିଲେ ଦିବ୍ୟଦାନ । ତେବେ ବିଭାଗୀୟ ବାବୁମାନେ ତାଙ୍କ ପ୍ରସ୍ତାବକୁ ଗ୍ରହଣ ନକରି ପକାଇ ରଖୁଛନ୍ତି । ଜିଲ୍ଲା ପରିଷଦ ବୈଠକ ପରେ କରାଯିବ ବୋଲି କୁହାଯାଇଥିଲା, ତାହା ମଧ୍ୟ କରାଗଲା ନାହିଁ । ବରଂ ଡି.ପି.ଏମ୍.ଆର ଶାସ୍ୱତୀ ଅମୃତା ମହାନ୍ତି ତାଙ୍କ ପ୍ରୋଜେକ୍ଟ ଫାଇଲ୍କୁ ଚିରି ଦେବାରୁ ଦିବ୍ୟଦାନ ସୁନା ରାଗି ଯାଇ ତାଙ୍କ ଅଫିସରେ ତାଲା ପକାଇ ଦେଇଛନ୍ତି ।