କନକ ବ୍ୟୁରୋ : ବଲିଉଡର ଦମଦାର ଖଳନାୟକ ଶକ୍ତି କପୁର ଏବେ ନଜର ଆସିବେ ଓଲିଉଡରେ । ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କ ମନ ଜିଣୁଥିବା ଶକ୍ତି କପୁରଙ୍କୁ ନେଇ ଓଲିଉଡରେ ତିଆରି ହେଉଛି ନୂଆ ଫିଲ୍ମ ‘ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ’।
ଖୁବ୍ ଜୋରରେ ଏହି ଫିଲ୍ମ ସୁଟିଂ ଆଗେଇ ଚାଲିଛି । ୧୫ ବର୍ଷ ପରେ ପ୍ରଥମ ଥର ପାଇଁ ଓଡିଆ ଫିଲ୍ମରେ ଅଭିନୟ କରୁଛନ୍ତି ବଲିଉଡର ଏହି ନଟି ବୟ । ବଲିଉଡରେ ଖଳନାୟକ ଭୂମିକାକୁ ଅତି ସୁନ୍ଦର ଭାବେ ତୁଲାଇଥିବା ଏ ନଟି ବୟଙ୍କର ବହୁ ନଟି ନଟି ଦୃଶ୍ୟର ଝଲକ ରହିଛି ଏ ଫିଲ୍ମରେ ।
ଛାତିତଳେ ଡିଂଗ ଡଙ୍ଗର ନିର୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ମୃତ୍ୟୁଂଜୟ ସାହୁ । ଏହା ମଂଜରୀ ମୁଭିଜର ସପ୍ତମ ଅବଦାନ। ଶକ୍ତି କାପୁରଙ୍କ ସହ ଏ ଫିଲ୍ମରେ ବଲିଉଡର ଦୁଇ ଚର୍ଚ୍ଚିତ ନାୟିକା ବର୍ଷା ଓ ଅର୍ଚିତାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ମେଲ ଲିଡ ରୋଲରେ ନଜର ଆସିବେ ସବ୍ୟସାଚୀ । ଦୁର୍ଗାପୂଜାରେ ଛାତି ତଳେ ଡିଂଗ ଡଙ୍ଗର ରିଲିଜ କରିବାକୁ ଲଷ୍ୟ ରଖିଛନ୍ତି ଟିମ୍ ।
ଏହା ସହ ଭିଡିଓରୁ ଦେଖନ୍ତୁ ସୁଟିଂ ସେଟରେ ଶକ୍ତିଙ୍କ ଝଲକ୍-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/Screen-shot-2016-09-02-at-5.32.20-PM.png)