ପାରା ଅଲମ୍ପିକରେ ମେଡାଲ ଜିତିଥିବା କ୍ରୀଡାବିତ୍ତଙ୍କୁ ଭୁଲିଗଲେକି ସରକାର ? କ୍ଷୋଭର ସହ ପ୍ରତିକ୍ରିୟା ରଖିଲେ ପ୍ରମୋଦ ଭଗତ ।

56

କନକ ବ୍ୟୁରୋ: ଓଡିଶାର ଗର୍ବ ପାଲଟିଛନ୍ତି ପ୍ରମୋଦ ଭଗତ । ଚଳିତବର୍ଷ ଜାକାର୍ତାରେ ଅନୁଷ୍ଠିତ ହୋଇଥିବା ଏସିଆନ ପାରା ଗେମ୍ସ ବ୍ୟାଡମିଂଟନରେ ସ୍ୱର୍ଣ ଓ ବ୍ରୋଞ୍ଜ ଜିତି ଓଡିଶାକୁ ଗର୍ବାନ୍ୱିତ କରିଛନ୍ତି । ପ୍ରତିଯେଗୀତାରେ ଏକକ ବିଭାଗରେ ସ୍ୱର୍ଣ୍ଣ ଓ ଯୁଗଳ ବିଭାଗରେ ବ୍ରୋଞ୍ଜ ପାଇଛନ୍ତି ପ୍ରମୋଦ । ହେଲେ ଚଳିତ ବର୍ଷ ଅନ୍ୟ କ୍ରୀଡାବିତ୍ତମାନଙ୍କୁ ସରକାର ପୁରଷ୍କୃତ କରିଥିବା ବେଳେ ପ୍ରମୋଦଙ୍କୁ କୌଣସି ପୁରଷ୍କାର ମିଳିପାରି ନାହିଁ ।

ସୂଚନା ମୁତାବକ, ପୂର୍ବରୁ ତିନିଥର ବିଶ୍ୱ ଚମ୍ପିୟନ ହୋଇଥିବା ପ୍ରମୋଦ ପାରା ଏସିଆନ କ୍ରୀଡାରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ୨୦୨୦ ଟୋକିଓରେ ହେବାକୁ ଥିବା ପାରା ଅଲମ୍ପିକରେ ମେଡାଲ ଜିତିବା ଲକ୍ଷ ରଖି ଏବେଠାରୁ ପ୍ରୟାସ ଆରମ୍ଭ କରିବେ ବୋଲି କହିଛନ୍ତି ପ୍ରମୋଦ । ତେବେ ଅନ୍ୟ କ୍ରୀଡାବିତଙ୍କୁ ସରକାର ପୁରଷ୍କାର ରାଶି ପ୍ରଦାନ କରୁଥିବା ବେଳେ ତାଙ୍କୁ କୌଣସି ପ୍ରକାର ସହାୟତା ଅବା ପୁରଷ୍କାର ରାଶି ନମିଳିବା ନେଇ ଅଭିଯୋଗ କରିଛନ୍ତି ପ୍ରମୋଦ । ସରକାରଙ୍କ ସହଯୋଗ ମିଳିଲେ ରାଜ୍ୟ ଅନେକ ଲୁକ୍କ୍ାୟିତ ପ୍ରତିଭା ଲୋକଲୋଚନଙ୍କୁ ଆସିପାରିବ ବୋଲି କହିଛନ୍ତି ପ୍ରମୋଦ ।