ବିଦେଶ ଯାଉଛି ଓଡିଶା ପାନ : ଆଗ୍ରା, ଟାଟାନଗର, ଦିଲ୍ଲୀ ବାଙ୍ଗାଲୁରକୁ ରପ୍ତାନୀ ହେଉଛି ବିଭିନ୍ନ ଜିଲ୍ଲାରୁ ଅମଳ ହେଉଥିବା ପାନ

ହଜାରେ ପାନ ପତ୍ରକୁ ୧୫ଶହ ଟଙ୍କାରେ ବିକୁଛନ୍ତି ଚାଷୀ ।

152

କନକ ବ୍ୟୁରୋ : ବିଦେଶରେ ଓଡିଶା ପାନର ଚାହିଦା । ଅନୁକୂଳ ବାତାବରଣ ଯୋଗୁଁ ଓଡିଶାର ଭିନ୍ନ ଜିଲ୍ଲାର ଚାଷୀ ପାନ ଚାଷ କରିଥାନ୍ତି । ଆଉ ସେମାନଙ୍କ ବହୁମୂଲ୍ୟ ଶ୍ରମ ଦାନରେ ଅମଳ ହେଉଥିବା ପାନ ପତ୍ରକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି କରିଥାନ୍ତି । ବରଜରୁ ପାନ ତୋଳିବା ପରେ ତାକୁ ଧୋଇ ଝୁଡିରେ ସଜେଇ ରାଜ୍ୟ ବାହାରକୁ ରପ୍ତାନୀ କରିଥାନ୍ତି । ପୁରୀ ଜିଲ୍ଲାର ଚନ୍ଦନପୁର, ଅସ୍ତରଙ୍ଗ, ନୂଆହାଟ, ବ୍ରହ୍ମପୁର, ଜଗତସିଂହପୁର ଓ କଟକର ନିଆଳି ଅଂଚଳର ଚାଷୀ ପାନ ଚାଷ କରିଥାନ୍ତି । ତେବେ ଶୀତ ଦିନେ ପାନ ଗଛ ଗୁଡିକ ଠିକ୍ ଭାବରେ ବଢି ନଥାଏ । ତେଣୁ ଚାଷୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ।

ବିଶେଷ କରି ଓଡିଶା ପାନକୁ ବନାରସ, ଆଗ୍ରା, ଟାଟାନଗର, ମୁମ୍ବାଇ, କାନପୁର, ଆହ୍ଲାବାଦ୍, ଦିଲ୍ଲୀ ଓ ବାଙ୍ଗାଲୁର ପଠାଯାଏ । ୫୦ଟି ପାନକୁ ନେଇ ଗୋଟିଏ ଲେଖାଏ କଡା ପ୍ରସ୍ତୁତ କରାଯାଏ । ୧ ହଜାର ପାନ ପତ୍ରକୁ ୭ଶହରୁ ୧୫ଶହ ଟଙ୍କାରେ ବିକ୍ରି କରିଥାନ୍ତି ଚାଷୀ । ଖାଲି ଏତିକି ନୁହେଁ ଉତ୍କଳୀୟ ପରମ୍ପରାରେ ପୂଜା ପାର୍ବଣରେ ମଧ୍ୟ ପାନର ବ୍ୟବହାର ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ପାଖରେ ପାନ ଅର୍ପଣ କରାଯାଏ । ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପ୍ରଚଳିତ ତାମ୍ବୁଳ ସେବାରେ ବିଡିଆ ପାନ ଅର୍ପଣ କରାଯାଏ ।

ଶ୍ରୀ ଜଗନ୍ନାଥଙ୍କ ପାନ ପ୍ରସ୍ତୁତି ଶୈଳୀ…
• ସଦ୍ୟ ତୋଳା ଗୋଟା ପାନରେ ସୁବାସିତ ଚନ୍ଦନର ଲେପ ଦିଆଯାଇଥାଏ ।
• ଏହାପରେ ପାନକୁ ଚାରି ଚଉଠ କରି ଭାଙ୍ଗି ଥାନ୍ତି ସେବାୟତ ।
• ପାନ ଭାଙ୍ଗା ହେବା ପରେ ସେଥିରେ ଗୋଟିଏ ନିଖୁଣ ଲବଙ୍ଗ ଫୋଡି ବିଡିଆ ପ୍ରସ୍ତୁତ କରାଯାଏ ।