ଆସିଲା ଜୁଲାଇ ଗାଇଡଲାଇନ : ୧୬ ଜୁଲାଇ ଯାଏଁ ବଢିଲା ଆଂଶିକ ଲକଡାଉନ

1,043

କନକ ବ୍ୟୁରୋ : ବଢିଲା ଆଶିଂକ ଲକଡାଉନ୍ । ଜୁଲାଇ ୧୬ ତାରିଖ ଯାଏଁ ବଢିଲା ଲକଡାଉନ୍ । ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ୨୦ଟି ଜିଲ୍ଲାକୁ କାଟାଗୋରୀ ଏ । କାଟାଗୋରୀ ବି ରେ ୧୦ଟି ଜିଲ୍ଲାକୁ ବିଭକ୍ତ କରାଯାଇଛି । ୧୦ଟି ଜିଲ୍ଲାକୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାଟାଗୋରୀ ବିରେ ବିଭକ୍ତ କରାଯାଇଛି ।

କାଟାଗୋରୀ- ଏ
ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା
କାଟାଗୋରୀ – ବି
ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ

କାଟାଗୋରୀ- ଏରେ ଥିବା ୨୦ଟି ଜିଲ୍ଲାରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ ଥିବାରୁ ସେଠାରେ ସପ୍ତାହାନ୍ତ ସଟଡାଉନକୁ ହଟାଇଦିଆଯାଇଥିବାବେଳେ ସକାଳ ୬ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ସଂଧ୍ୟା ୬ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ରାତ୍ରୀ କର୍ଫ୍ୟୁ ଲାଗୁ ହେବ । ଏହି ୨୦ଟି ଜିଲ୍ଲାରେ ବସ, ଅଟୋ ଓ ଟାକ୍ସି ପରିବହନକୁ ଅନୁମତି ଦିଆଯାଇଛି । ସାପ୍ତାହିକ ହାଟ ଓ ମାର୍କେଟ ଓ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ମଲ, ବିଉଟି ପାର୍ଲର ବନ୍ଦ ରହିବ ।

ଅନ୍ୟପକ୍ଷରେ, କାଟାଗୋରୀ- ବି ରେ ଥିବା ୧୦ଟି ଜିଲ୍ଲା ହେଲା ନୟାଗଡ଼, ପୁରୀ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ । ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନକୁ ପୂର୍ବଭଳି ଲାଗୁ ରହିବ ଓ ସକାଳ ୬ ଟାରୁ ଅପରାହ୍ଣ ୨ଟା ପର୍ୟ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏସବୁ ଜିଲ୍ଲାରେ ବସ ପରିବହନ ଉପରେ କଟକଣା ଜାରି ରହିବ । ଏସବୁ ଜିଲ୍ଲାରେ ଚା ଓ ଉଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।