ସୂର୍ଯ୍ୟଙ୍କ ସାନଦାର ବୋଲିଂ । ରଣଜୀ ଟ୍ରଫିରେ ହରିୟାଣାକୁ ହରାଇଲା ଓଡିଶା, ଏକାକି ୧୧ଟି ୱିକେଟ୍ ନେଲେ ସୂର୍ଯ୍ୟକାନ୍ତ ।

336

କନକ ବ୍ୟୁରୋ : ରଣଜୀ ଟ୍ରଫି ଗ୍ରୁପ ସିର ଏକ ରୋମାଂଚକର ମ୍ୟାଚରେ ଓଡିଶା ବିଜୟୀ ହୋଇଛି । ରୋହତକରେ ଖେଳାଯାଇଥିବା ମ୍ୟାଚରେ ଓଡିଶା, ହରିୟାଣାକୁ ୧ ୱିକେଟରେ ହରାଇଛି । ୧୭୯ ରନର ଟାର୍ଗେଟକୁ ପିଛା କରି ୯ ୱିକେଟ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି ଓଡିଶା । ୧୧ଟି ୱିକେଟ୍ ସହ ସଫଳ ପ୍ରଦର୍ଶନ ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି । ହରିୟାଣା ପ୍ରଥମ ଇନିଂସରେ ୯୦ ରନ କରି ଅଲଆଉଟ ହୋଇଥିଲା ।

ଓଡିଶା ପ୍ରଥମ ଇନିଂସରେ ୧୬୦ ରନ କରିଥିବାବେଳେ ହରିୟାଣା ଦ୍ୱିତୀୟ ଇନିଂସରେ କରିଥିଲା ୨୪୮ ରନ । ଓଡିଶାକୁ ବିଜୟ ପାଇଁ ୧୭୯ ରନ ଦରକାର ଥିଲା । ଗତକାଲି ଶେଷସୁଦ୍ଧା ଓଡିଶା ୭ ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ହେଲେ ଆଜି ଚତୁର୍ଥ ଦିନର ଖେଳ ଆରମ୍ଭରୁ ନିମ୍ନ କ୍ରମରେ ବୋଲର ରାଜେଶ ମହାନ୍ତିଙ୍କ ଉପ ଯୋଗୀ ୨୩ ରନ ବଳରେ ଓଡିଶା ଏକ ଚମତ୍କାର ବିଜୟ ପାଇଛି । ଏହି ବିଜୟ ସହ ମ୍ୟାଚରୁ ୬ ପଏଂଟ ପାଇଛି ଓଡିଶା । ଏଥିସହ ୫ଟି ମ୍ୟାଚରୁ ଚତୁର୍ଥ ବିଜୟ ପାଇ ଗ୍ରୁପର ଶୀର୍ଷ ସ୍ଥାନରେ ରହିଛି ।

ସ˚କ୍ଷିପ୍ତ ସ୍କୋର: ହରିଆଣା ପ୍ରଥମ ପାଳି : ୯୦ (ଶୁଭମ ରୋହିଲା ୨୦, ସୂର୍ଯ୍ୟକାନ୍ତ ପ୍ରଧାନ ୬/୩୬), ଓଡ଼ିଶା ପ୍ରଥମ ପାଳି: ୧୬୦ (ବିପ୍ଲବ ସାମନ୍ତରାୟ ୫୨, ଟିନୁ କୁଣ୍ତୁ ୫/୨୫), ହରିଆଣା ଦ୍ବିତୀୟ ପାଳି : ୮୬.୧ ଓଭରରେ ୨୪୮ (ଶୁଭମ୍‌ ରୋହିଲା ୪୮, ଅଙ୍କିତ କୁମାର ୪୬, ହିମା˚ଶୁ ରଣା ୪୦, ହର୍ଷଲ ପଟେଲ ୩୫, ସୂର୍ଯ୍ୟକାନ୍ତ ପ୍ରଧାନ ୫/୮୬), ଓଡ଼ିଶା ଦ୍ବିତୀୟ ପାଳି: ୧୮୨/୯ (ଗୋବିନ୍ଦ ପୋଦ୍ଦାର ୩୦, ରାଜେଶ ଧୂପର ୩୨, ସୁଜିତ ଲେଙ୍କା ୨୮, ଅଜିତ ଚହଲ ୭/୮୦)।