ଓଡ଼ିଶାର ଅପହଂଚ ଅଂଚଳରେ ଆନ୍ଧ୍ରର ଆଖି : ମାଲକାନଗିରି ଜୁମଡାଙ୍ଗରେ ଆନ୍ଧ୍ରର ସରପଂଚ ପ୍ରାର୍ଥୀ ନିନ୍ଦ୍ୱନ୍ଦରେ ନିର୍ବାଚିତ

ଜୁମଡାଙ୍ଗକୁ ଇଂଜାରୀ ପଂଚାୟତରେ ଦେଖାଉଛି ଆନ୍ଧ୍ର ଅଂଚଳକୁ ନାହିଁ ରାସ୍ତା; ଘୋଡାରେ ବସି ଯା’ଆସ କରୁଛନ୍ତି ଲୋକ

84

କନକ ବ୍ୟୁରୋ : ଓଡିଶାର ବିରୋଧ ସତ୍ୱେ କୋରାପୁଟ ଜିଲ୍ଲୀର କୋଟିଆରେ ପଂଚାତୟ ନିର୍ବାଚନ କରିସାରିଛି ଆନ୍ଧ୍ର । ଓଡିଶାର ଆପତି ନେଇ ଆଗାମୀ ୧୯ରେ ଶୁଣାଣୀ ଅଛି । ଆଉ ଏହାରି ଭିତରେ ମାଲକାନଗିରି ସୀମାନ୍ତବର୍ତୀ ଅଂଚଳରେ ଆଜି ଆନ୍ଧ୍ରର ପଂଚାୟତ ନିର୍ବାଚନ ଚାଲିଛି । ବିଶାଖପାଟଣା ଜିଲ୍ଲା ଇଂଜାରି ପଂଚାୟତରେ ମାଲକାନଗିରିର ଜୁମଡାଙ୍ଗ ଗାଁକୁ ଦର୍ଶାଇଛି ଆନ୍ଧ୍ର । ଯଦି ଓ ଏଠାରେ ସରପଂଚ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି, ଏହି ଗାଁର ୧୮ ଜଣ ଭୋଟରଙ୍କ ଗାଁର ଆନ୍ଧ୍ର ଭୋଟର ତାଲିକାରେ ରହିଛି । ଆପଣ ଟିଭି ସ୍କ୍ରିନରେ ଦେଖୁଛନ୍ତି ମାଲକାନଗିରି ଜୁମଡାଙ୍ଗ ଅଂଚଳର ଦୃଶ୍ୟ ।

ପାହାଡି ଇଲାକାରେ ଲୋକେ ଯାତାୟାତ କରିବା ପାଇଁ ଘୋଡ଼ାର ସହାୟତ ନେଉଛନ୍ତି । ରାଜ୍ୟ ସରକାର ଏଠାରେ ରାସ୍ତା ନିର୍ମାଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ଲୋକେ ସେମାନଙ୍କ ମୌଳିକ ଆବଶ୍ୟକତା ପାଇଁ ଏହି ଭଳି ଘୋଡା ପିଠିରେ ଜିନିଷ ଲଦି ପାହାଡିଆ ଅଙ୍କାବଙ୍କା ରାସ୍ତାରେ ଯାଆସ କରୁଛନ୍ତି । ଏବଂ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଜଙ୍ଗଲ ପାହାଡରେ ଘେରା ଏହି ଅଂଚଳରେ ଏମିତି କଣ ଅଛି ଯେ ଆନ୍ଧ୍ର ଏହା ଉପରେ ଆଖି ପକାଇଛି ।

କୁହାଯାଉଛି, ତେଲେଙ୍ଗାନା ଅଲଗା ହେବା ପରେ ସଂକୁଚିତ ହୋଇଯାଇଛି ଆନ୍ଧ୍ରପ୍ରଦେଶ । ତେଣୁ ଏହାର ପରିସୀମାକୁ ବଢାଇବା ପାଇଁ ଓଡିଶାର ସୀମାନ୍ତବର୍ତୀ ଗାଁ ଉପରେ ଆଖି ପକାଇଛି । ଜୁମଡାଙ୍ଗ ଓଡିଶାର, ଏଠାରେ ୬୦ ଜଣ ଓଡିଶାର ଭୋଟର ବି ଅଛନ୍ତି । ଏମାନଙ୍କ ଉପରେ ପ୍ରଶାସନ ଦୃଷ୍ଟି ଦେଉନାହିଁ ବୋଲି ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିତ୍ରକୋଣ୍ଡା ତହସିଲଦାର । ଏହି ଅଂଚଳବାସୀ ଓଡିଶା ସହ ଥିବା ସେ ଦାବି କରିଛନ୍ତି ।