ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ରୋକ : ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

118

କନକ ବ୍ୟୁରୋ : ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ମାମଲାରେ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ ୟୁନିଭର୍ସିଟି ଗ୍ରାଂଟସ କମିଶନ ଓ ପ୍ରଫେସର ଅଜିତ ମହାନ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦ ୟୁଜିସି ରେଗୁଲେସନ୍ ଆଇନ ୨୦୧୮କୁ ଉଲଂଘନ କରୁଥିବା ଆବେଦନକାରୀଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ ଉଲ୍ଲେ୍ଖ କରାଯାଇଥିଲା । ଆବେଦନକାରୀଙ୍କୁ ଶୁଣିବା ପରେ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସରକାର ୨୦୨୦ ନଭେମ୍ବର ୯ ତାରିଖରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପ୍ରଣୟନ କରିଥିଲେ । ଏହି ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏକାଡେମିକ୍ ଓ ପ୍ରଶାସନିକ ପଦବୀରେ ନିଯୁକ୍ତି ପାଇଁ ବ୍ୟବସ୍ଥା ରହିଛି । ଓଡ଼ିଶା ସରକାରଙ୍କ ଏହି ବ୍ୟବସ୍ଥା ୟୁଜିସି ନିୟମଠାରୁ ଭିନ୍ନ ।