ଆଜି ସାଧାରଣତନ୍ତ୍ର ଦିବସ :କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ; ଜାଣନ୍ତୁ ଗଣତନ୍ତ୍ର ଦିବସରେ ଏଥର ନୂଆ କ’ଣ ?

114

କନକ ବ୍ୟୁରୋ : ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । କୋଭିଡ୍ କଟକଣା ଭିତରେ ପାଳନ ହେଉଛି ଗଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଜାତୀୟ ସ୍ତରୀୟ ଗଣତନ୍ତ୍ର ଉତ୍ସବ ପାଳନ ହେବ । ଏଥର ସାମିଲ ହୋଇଥାନ୍ତେ ବ୍ରିଟେନର ପ୍ରଧାନମନ୍ତ୍ରୀ । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ବାତିଲ କରିଥିଲେ ଗସ୍ତ ।

ଗଣତନ୍ତ୍ର ଉତ୍ସବରେ କ’ଣ ରହିଛି କରୋନା କଟକଣା –

  • ଏଥର ଦର୍ଶକଙ୍କ ସଂଖ୍ୟା ୨୫ ହଜାରରେ ସୀମିତ
  • ପୂର୍ବରୁ ସାମିଲ ହେଉଥିଲେ ଲକ୍ଷାଧିକ ଲୋକ
  • ଗଣମାଧ୍ୟମ ପ୍ରତିନିଧିଙ୍କ ସଂଖ୍ୟା ୨ ଶହରେ ସୀମିତ
  • ୧୫ ବର୍ଷରୁ କମ୍ ପିଲାଙ୍କୁ ଆସିବାକୁ ନାହିଁ ଅନୁମତି
  • ଦେଖିବାକୁ ମିଳିବନି ମୋଟର ସାଇକେଲ ଷ୍ଟଂଟ
  • ମିଳିତ ପରେଡରେ ଭାଗନେବେ ୯୬ ଟ୍ରୁପ
  • ପୂର୍ବରୁ ପରେଡରେ ଭାଗ ନେଉଥିଲେ ୧୪୪ ଟ୍ରୁପ
  • ପରେଡ୍ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • କେବଳ ଟ୍ରୁପର ଲିଡର ପିନ୍ଧିବେ ନାହିଁ ମାସ୍କ
  • ଟ୍ରୁପର ୧୦ରୁ ୧୨ ଫୁଟ୍ ଆଗରେ ରହିବେ ଲିଡର
  • ବିଜୟ ଚୌକରୁ ନ୍ୟାସନାଲ ଷ୍ଟାଡିୟମ ଯାଏଁ ପରେଡ୍
  • ୩.୩ କଲୋମିଟର ଯାଏଁ ସଂକ୍ଷିପ୍ତ ହୋଇଛି ପରେଡ୍
  • ପୂର୍ବରୁ ଲାଲକିଲ୍ଲା ଯାଏଁ ୮.୨ କିମି ଯାଉଥିଲା ପରେଡ
  • ପରେଡରେ ଭାଗ ନେବେନାହିଁ ଅବସରପ୍ରାପ୍ତ ସୈନିକ

ଗଣତନ୍ତ୍ର ଦିବସରେ ଏଥର ନୂଆ କ’ଣ ?

  • ପରେଡରେ ସାମିଲ ବାଂଲାଦେଶ ସେନାର ଏକ ଟ୍ରୁପ
  • ଟ୍ରୁପରେ ସାମିଲ ୧୨୨ ବାଂଲାଦେଶୀ ସୈନିକ
  • ବାଂଲାଦେଶ ପାଳୁଛି ୫୦ ତମ ପ୍ରତିଷ୍ଠା ଦିବସ
  • ବାଂଲାଦେଶ ଗଠନରେ ଥିଲା ଭାରତର ଭୂମିକା
  • ୨୦୧୬ ପରେଡରେ ସାମିଲ ହୋଇଥିଲା ଫ୍ରାନ୍ସ
  • ୟୁଏଇ ସୈନିକ ୨୦୧୭ରେ କରିଥିଲେ ପରେଡ୍
  • ଲାଲକିଲ୍ଲା ନିକଟରେ ପ୍ରଦର୍ଶିତ ପ୍ରଜ୍ଞାପନ ମେଢ
  • ପ୍ରଥମଥର ଲଦାଖର ପ୍ରଜ୍ଞାପନ ମେଢ ପ୍ରଦର୍ଶନ
  • ପରେଡରେ ପ୍ରଥମଥର ସାମିଲ ରାଫେଲ ବିମାନ
  • ପରେଡରେ ପ୍ରଥମ ମହିଳା ଲଢୁଆ ବିମାନ ପାଇଲଟ
  • ଫାଇଟର ପାଇଲଟ୍ ଭାବନା କାନ୍ତଙ୍କୁ ପରେଡ୍ ନେତୃତ୍ୱ