ଜଳୁଛି ଶିମିଳିପାଳ : ଜଙ୍ଗଲରେ ନିଆଁ ଯୋଗୁଁ ଗାଁ ମୁହାଁ ହରିଣ; କରଞ୍ଜିଆ ବନଖଣ୍ଡ ରରୁଁଆ ବିଟ ବୃନ୍ଦେଇ ପୋଶି ଗାଁରେ ପଶିଲା ହରିଣ

175

କନକ ବ୍ୟୁରୋ : ଜଳୁଛି ଶିମିଳିପାଳ ଜଙ୍ଗଲ । ଅସ୍ତବ୍ୟସ୍ତ ଜନଜୀବନ । ଜଙ୍ଗଲ ନିଆଁ ଖାଲି ଲୋକଙ୍କ ଉପରେ ପ୍ରଭାବ ପକାଇନି ବରଂ ଜଙ୍ଗଲ ନିଆଁ ପାଇଁ ହନ୍ତସନ୍ତ ହେଉଛନ୍ତି ବନ୍ୟପ୍ରାଣୀ । ଜଙ୍ଗଲ ନିଆଁରେ ବେସାହାର ହୋଇପଡ଼ିଛନ୍ତି ବନ୍ୟପାଣୀ । ନିଆଁର ଝୁଲରେ ଜଙ୍ଗଲରେ ଥିବା ଅନେକ ଜୀବଜନ୍ତୁ ଜୀବନ ହରାଇଛନ୍ତି । ଆଉ କିଛି ଜୀବଜନ୍ତୁ ପ୍ରାଣ ବଂଚାଇବାକୁ ଜନବସତି ଆଡେ ଧାଇଁ ଆସୁଛନ୍ତି । ଏବେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି ।

କରଂଜିଆ ବନଖଣ୍ଡ ରରୁଁଆ ବିଟ ବୃନ୍ଦେଇ ପୋଷି ଗାଁରେ ବିଜୁ ମହାରଣାଙ୍କ ଘରେ ଏକ ହରିଣ ପସିଯାଇଥିଲା । ବର୍ତମାନ ହରିଣଟି ଅସୁସ୍ଥ ଥିବା କହିଛନ୍ତି ବନବିଭାଗ କର୍ମଚାରୀ । ଶିମିପାଳରେ ନିଆଁ ଲାଗିବା ଯୋଗୁଁ ଉତାପ ବଢ଼ୁଛି । ମୟୂରଭଂଜ ଜିଲ୍ଲର ବିଭିନ୍ନ ସ୍ଥାନରେ ଧୂଆଁ ହିଁ ଧୂଆଁ ଦେଖିବାକୁ ମିଳିଛି । ଫଳରେ ଶିମିଳିପାଳରେ ବନ୍ୟଜନ୍ତୁ ରହିବା କଷ୍ଟକର ହୋଇ ପଡ଼ୁଛି । ଆଉ ପ୍ରାଣ ବିକଳରେ ସେମାନେ ଆଖପାଖ ଗାଁ ଭିତରକୁ ପସି ଆସୁଛନ୍ତି ।