କନକ ବ୍ୟୁରୋ : ବାହାରେ ଲାଗିଛି ଛତୁଆ ପ୍ରସ୍ତତି ବୋର୍ଡ । ଆଉ ଭିତରେ ଚାଲିଛି ସେକ୍ସ ରାକେଟ । ଝାରସୁଗୁଡା ପୁରୁଣା ଶିବଶକ୍ତି ହୋଟେଲରୁ ଠାବ ହୋଇଛି ସେକ୍ସ ରାକେଟ କାରବାର । ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡା ଥାନା ପୁଲିସ ଚଢ଼ାଉ ଏଠାରେ ଚଢାଉ କରି ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏଥିସହ ୧୪ ଜଣ ଦଲାଲଙ୍କୁ ଉଠାଇ ଆଣିଛି ପୁଲିସ । ୧୩ ଜଣ ଯୁବତୀଙ୍କ ସହ ୧୪ ଜଣ ଦଲାଲଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

Advertisment

ହୋଟେଲରୁ ପୁଲିସ କଣ୍ଡୋମ, ଉତେଜକ ବଟିକା ଭଳି ଆପତିକର ଜିନିଷ ମଧ୍ୟ ଜବତ କରିଛି । ଉଦ୍ଧାର ହୋଇଥିବା ପ୍ରାୟ ଯୁବତୀ ଜିଲ୍ଲା ବାହାରର ବୋଲି ଜଣାପଡିଛି । ଉକ୍ତ ହୋଟେଲ ସମ୍ମୁଖରେ ଏକ ଏସଏଚଜି କେନ୍ଦ୍ର ଦ୍ୱାରା ଛତୁଆ ପ୍ରସ୍ତତି ନେଇ ବୋର୍ଡ ଲାଗିଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଗତ ବର୍ଷ ମଧ୍ୟ ଏଠି ଚଢାଉ କରି କିଛି ଯୁବତୀଙ୍କୁ ଉଦ୍ଧାର କରିବା ସହିତ କିଛି ଜଣ ଯୁବକଙ୍କୁ ଗିରଫ କରିଥଲା ।