ଅକ୍ସିଜେନ୍ ଗ୍ୟାସ୍ ନେବାକୁ ବାୟୁସେନା ବିମାନରେ ଆସିଲା ୮ ଖାଲି ଟାଙ୍କି : ବିଭିନ୍ନ ପ୍ଲାଂଟରୁ ଅକ୍ସିଜେନ୍ ଭରିବା ପରେ ସଡକ ପଥରେ ଯିବ ଟ୍ୟାଙ୍କର

145

କନକ ବ୍ୟୁରୋ : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଇଥିବା ରାଜ୍ୟଗୁଡିକୁ ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଇ ସାରିଲାଣି ଓଡିଶା । ୧୫ଟି ଟ୍ୟାଙ୍କରରେ ବିଶାଖାପାଟଣା, ହାଇଦ୍ରାବାଦ, ଇନ୍ଦୋର, ପୁଣେ, ମୁମ୍ବାଇ ଓ ନାଗପୁର ଭଳି ସହରକୁ ଏସବୁ ଅକ୍ସିଜେନ୍ ପଠା ଯାଇଛି । ଏହାରି ଭିତରେ ଭାରତୀୟ ବାୟୁସେନାର ୩ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଂଚିଛି ।

ଶୁକ୍ରବାର ଦିନବେଳା ହାଇଦ୍ରାବାଦରୁ ଏକ ବିମାନରେ ଗୋଟିଏ ଖାଲି ଟାଙ୍କି ଧରି ଭୁବନେଶ୍ୱରରେ ପହଂଚିଥିଲା ପ୍ରଥମ ବିମାନ । ପରେ ଆଉଗୋଟିଏ ବିମାନରେ ୩ଟି ଖାଲି ଟାଙ୍କି ଆସିଥିଲା । ସେହିପରି ଶୁକ୍ରବାର ରାତି ସାଢେ ୮ଟାରେ ୪ଟି ଖାଲି ଟାଙ୍କି ଧରି ଅବତରଣ କରିଥିଲା ଭାରତୀୟ ବାୟୁସେନାର ଆଉଏକ ବିମାନ । ଓଡିଶାର ବିଭିନ୍ନ ପ୍ଲାଂଟରୁ ଅକ୍ସିଜେନ୍ ଭର୍ତି କରି ଏହି ଟାଙ୍କିଗୁଡିକ ସଡକପଥରେ ଫେରିଯିବ ବୋଲି ଜଣାପଡିଛି ।