କରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ରାଜ୍ୟରେ ସଂକ୍ରମଣ ଡବଲିଂ ଓ ଗ୍ରୋଥ୍ ରେଟ୍ କମିଛି

159

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣର ଡବଲିଂ ଟାଇମ କମିଛି । ଗ୍ରୋଥ ରେଟ ବି କମିଛି । ବର୍ତ୍ତମାନ ରାଜ୍ୟରେ ୭୫ ହଜାର ଆକ୍ଟିଭ କେସ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇଜେସନ ଅଛି । ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ । ଆଜି ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି ।

ଟ୍ରେଣ୍ଡ ଆକଳନ ପାଇଁ ଏହି ମାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଦ୍ୱିତୀୟ ଲହର ଭଳି ଖୋର୍ଦ୍ଧା,ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି । ଆରଟି ପିସିଆର କୀଟ ପରି ଓମିସିୟୋର୍ କିଟ୍ ସବୁ ଜିଲ୍ଲାକୁ ବଣ୍ଟାଯିବ । ଔଷଧ ନିଗମ ଏ ନେଇ ତଥ୍ୟ ଦେବ । ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ ।