ନୂଆ ବର୍ଷ ପାଳିଲା ସଚିବାଳୟ ! ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ଶୁଭେଚ୍ଛା ପାଇଁ ଭିଡ

33

କନକ ବ୍ୟୁରୋ : ଆଜି ସଚିବାଳୟ ପାଇଁ ଥିଲା ନୂଆ ବର୍ଷର ପ୍ରଥମ କାର୍ଯ୍ୟ ଦିବସ । କର୍ମଚାରୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାକୁ ଧାଡ଼ି ଲଗାଇଥିଲେ । ଅନେକଙ୍କ ହାତରେ ଥିଲା ଫୁଲତୋଡା ଓ ଡାଏରୀ । ବିଶେଷକରି ବିଭିନ୍ନ ବିଭାଗର ସଚିବମାନେ ଦଳବଦ୍ଧ ହୋଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟସଚିବଙ୍କୁ ଦେଖାକରିବାକୁ ଯାଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ବସୁଥିବା ତୃତୀୟ ମହଲାର ଗେଟ୍ ଖୋଲିଯାଇଥିଲା ସମସ୍ତଙ୍କ ପାଇଁ । ତୃତୀୟ ମହଲାରେ ଅଫିସର, କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଦେଖାକରି ଶୁଭେଚ୍ଛା ଜଣାଇଥିଲେ । କାମ ଅପେକ୍ଷା ଆଜି ସମସ୍ତେ ସେଲିବ୍ରେସନ୍ ମୁଡରେ ।