ବାଜିଲା ଘଂଟି, ଖୋଲିଲା ସ୍କୁଲ : ସ୍କୁଲ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ଗୋଟିଏ ଶ୍ରେଣୀରେ ବସିବେ ୨୦ରୁ ୨୫ ଛାତ୍ରଛାତ୍ରୀ

187

କନକ ବ୍ୟୁରୋ : ଆଜିଠୁ କୋଭିଡ ଗାଇଡଲାଇନକୁ ପାଳନ କରି ଖୋଲିଛି ସ୍କୁଲ, କଲେଜ । ସ୍କୁଲ ଗୁଡିକରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯାଇଛି । ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଜି ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ କଲେଜ ଗୁଡିକରେ ଜୋରସୋରରେ ସାନିଟାଇଜ କରାଯାଇଥିଲା । ଶ୍ରେଣୀ ଗୃହକୁ ସଫା ସୁତୁରା କରାଯାଇଛି । ଛାତ୍ରଛାତ୍ରୀ ବସିବାକୁ ଥିବା ବେଂଚ ଡେସ୍କରେ ସାନିଟାଇଜ କରାଯାଇଛି । ସରକାରଙ୍କ ଅନୁମତି ପରେ ଖୋଲିଛି ବିଦ୍ୟାଳୟ ଓ କଲେଜ । ଭୁବନେଶ୍ୱର ସ୍ଥିତ ୟୁନିଟ ୯ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ।

କୋଭିଡ ଗାଇଡଲାଇନ ପାଳନ କରି ଆଜିଠାରୁ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଛି । ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବା ପାଇଁ କୁହାଯାଇଛି । ଶ୍ରେଣୀ ଗୃହରେ ପିଲାଙ୍କ ମଧ୍ୟରେ ସାମଜିକ ଦୂରତା ରକ୍ଷା କରାଯିବା ଉପରେ ବି ଗୁରୁତ୍ୱ ଦିଆଯାଇଛି । ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ । ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇଛି । ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି ।