କରୋନାର ଭୟ ଭିତରେ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ । ଶ୍ରେଣୀ ଗୃହ ପାଠପଢ଼ା ପାଇଁ ବିଭିନ୍ନ ସ୍କୁଲ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି, ଫୋକସରେ ଦଶମ ଓ ଦ୍ୱାଦଶ କ୍ଲାସ୍

214

କନକ ବ୍ୟୁରୋ : କାଲିଠାରୁ ସାରାରାଜ୍ୟରେ ଆରମ୍ଭ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା । ଶ୍ରେଣୀ ଗୃହରେ ସିଧାସଳଖ ପାଠପଢ଼ିବେ ଛାତ୍ରଛାତ୍ରୀ । ଏଥିପାଇଁ ସ୍କୁଲକୁ ପିଲାମାନେ ଆସିବା ପୂର୍ବରୁ ସରକାରଙ୍କ ଗାଇଡଲାଇନ ଅନୁସାରେ ଶ୍ରେଣୀଗୃହ ଗୁଡିକର ସାନିଟାଇଜ୍ କରାଯାଇଛି । ସେହିପରି ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି ସ୍କୁଲ କର୍ତୁପକ୍ଷ ।
ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ହେବ ରାଜ୍ୟରେ ସ୍କୁଲ ବନ୍ଦ ରହିଥିଲା । ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ ସ୍ୱାଭାବିକ୍ ହେଉଛି, ତାହାକୁ ଦୃଷ୍ଟିରେ ରଖି କେବଳ ଦଶମ ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ନିସ୍ପତ୍ତି ନିଆଯାଇଛି । ଆଗକୁ ଯଦି ସ୍ଥିତି ଠିକ୍ ରୁହେ ତେବେ ଆସନ୍ତା ମାସରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ଅନୁମତି ଦିଆଯିବ ବୋଲି ପୂର୍ବରୁ ଏକ ସୂଚନା ଦେଇଛନ୍ତି ।