ପୁଣି ବିବାଦରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର । କଳାକାରଙ୍କ ଯୋଗ୍ୟତାକୁ ନେଇ ପ୍ରତିବାଦ, ପୁରସ୍କାର ଚୟନ ନେଇ ପ୍ରିୟାପ୍ରୀତି ଚାଲିଥିବା ଅଭିଯୋଗ

208

କନକ ବ୍ୟୁରୋ: ପୁଣି ବିବାଦ ଘେରରେ ଓଡ଼ିଶା ସଂଙ୍ଗୀତ ଏକାଡେମୀ ପୁରସ୍କାର । ପୁରସ୍କାର ଚୟନକୁ ନେଇ ଦେଖାଦେଇଛି ବିବାଦ । ପୁରଷ୍କାର ପାଇଁ ଚୟନ ହୋଇଥିବା କଳାକାରମାନଙ୍କ ଯୋଗ୍ୟତାକୁ ନେଇ କିଛି ଲୋକ ଉଠାଇଛନ୍ତି ପ୍ରତିବାଦ । ଏପରିକି ପୁରସ୍କାର ଦିଆଯିବାକୁ ଥିବା କଳାକାରମାନଙ୍କ କ୍ଷେତ୍ରରେ ପ୍ରିୟାପ୍ରୀତିର ଅଭିଯୋଗ ହୋଇଛି । ସଂଙ୍ଗୀତ ଏକାଡେମୀ ପୁରସ୍କାରରେ ସୁଗମ ସଂଙ୍ଗୀତ ବିଭାଗରେ ଏପରି ଅଭିଯୋଗ ଆଣିଛନ୍ତି କଂଠଶୀଳ୍ପୀ ଦେବାଶିଷ ମହାପାତ୍ର ।

odisha sangeet natak akademi୨୦୧୭-୧୮ ଓ ୨୦୧୮-୧୯ ପାଇଁ ରାଜ୍ୟ ସଙ୍ଗୀତ ଏଡାଡେମୀ ପୁରସ୍କାର ଗତ ୨୬ ତାରିଖରେ ଘୋଷଣା ହୋଇଛି । ତେବେ ଏଥିରେ ୨୦୧୭-୧୮ ବର୍ଷ ପାଇଁ ଚୟନ ହୋଇଥିବା ସୁଗମ ସଙ୍ଗୀତ ବିଭାଗରେ କଳାକାରକୁ ନେଇ ଉଠିଛି ବିବାଦ । ଏହି ବିଭାଗ ପାଇଁ ରାଜ୍ୟର ଜଣାଶୁଣା କଂଠଶିଳ୍ପୀ ଦେବାଶିଷ ମହାପାତ୍ର ଆବେଦନ କରିଥିଲେ । ତାଙ୍କର ଦୀର୍ଘ ବର୍ଷର ସଂଙ୍ଗୀତ କ୍ଷେତ୍ରରେ ଅବଦାନ ରହିଥିବା ବେଳେ କେଉଁ କାରଣରୁ ତାଙ୍କୁ ବାଦ ଦିଆଗଲା ଏହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଗତ ୧୦ ବର୍ଷରେ ପୁରସ୍କାର ପାଇଥିବା ୧୦ରୁ ୭ ଜଣ କଳାକାର ଦେବାଶିଷ ମହାପାତ୍ରଙ୍କ ନାଁ ସୁପାରିସ କରିଥିବା ବେଳେ ତାଙ୍କ ନାଁ କେଉଁ କାରଣରୁ ବାଦ ଦିଆଗଲା ତାହାକୁ ନେଇ ସେ ପ୍ରଶ୍ନ ଉଠାଇବା ସହ ଏସଂର୍କରେ ସଂସ୍କୃତି ବିଭାଗର ସଚିବ ଓ ୫ଟି ସଚିବଙ୍କୁ ଚିଠି ଲେଖି ଅସନ୍ତୋଷ ଜାହିର କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବାରମ୍ଭାର ରାଜ୍ୟର ମର୍ଯ୍ୟାଦାଜନକ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ କାହିଁକି ଉଠୁଛି ବିବାଦ । ଗତବର୍ଷ ମଂଚ କଳାକାରଙ୍କୁ ନେଇ ବିବାଦ ଉଠିଥିବା ବେଳେ ଚଳିତ ବର୍ଷ ସୁଗମ ସଂଙ୍ଗୀତ ବିଭାଗର ଚୟନ ହୋଇଥିବା କଳାକାରଙ୍କୁ ନେଇ ଉଠିଛି ବିବାଦ ଓ ଏହାର ଭିତରେ ସଂସ୍କୃତି ବିଭାଗ ପୁରୁଷ୍କାର ଚୟନ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନେଉଥିବା ବେଳେ କାହିଁକି ଏଦିଗରେ ଚୁପ ରହୁଛି ତାକୁ ନେଇ ଉଠିଛି ପ୍ରଶ୍ନ ।