ରାଜ୍ୟରେ ଆଜି ୪୮୨୯ ପଜିଟିଭ ଚିହ୍ନଟ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ?

399

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ୪ହଜାର ୮୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୨୮୨୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଶୂନରୁ ୧୮ ବର୍ଷ ମଧ୍ୟରେ ୪୪୮ ପିଲା ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାଣନ୍ତୁ ଆଉ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ?

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୬୯ ଜଣ, ବାଲେଶ୍ବର ଜିଲ୍ଲାରୁ ୨୧୦ ଜଣ, ବରଗଡ଼ରୁ ୮୪ ଜଣ, ଭଦ୍ରକରୁ ୬୯ ଜଣ,  ବଲାଙ୍ଗୀରୁ ୧୦୪ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୪୦୧ ଜଣ, ଦେବଗଡ଼ରୁ ୧୯ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଞ୍ଜାମରୁ ୪୯ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୪୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୬୩ ଜଣ, କୋରାପୁଟରୁ ୭୭ ଜଣ, ମାଲକାନଗିରିରୁ ୧୧ ଜଣ, ମୟୂରଭଞ୍ଜରୁ ୧୮୨ ଜଣ, ନବରଙ୍ଗପୁରରୁ ୮୫ ଜଣ, ନୟାଗଡ଼ରୁ ୨୪ ଜଣ, ନୂଆପଡ଼ାରୁ ୫୧ ଜଣ, ପୁରୀରୁ ୧୩୦ ଜଣ, ରାୟଗଡ଼ାରୁ ୮୨ ଜଣ, ସମ୍ୱଲପୁରରୁ ୬୪୪ ଜଣ, ସୋନପୁରରୁ ୩୨ ଜଣ, ସୁନ୍ଦରଗଡ଼ରୁ ୮୬୯ ଜଣ ଓ ଷ୍ଟେଟ ପୁଲରୁ ୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୫ ହଜାର ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୬୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୦ ହଜାର ୫୬୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଟିପିଆର ହିସାବରେ ଖୋର୍ଦ୍ଧା, ସୁନ୍ଦରଗଡ ଓ ସମ୍ବଲପୁର ରେଡ ଜୋନରେ ରହିଛନ୍ତି । ସେହିଭଳି କଟକ ଓ ଝୁରୁସୁଗୁଡା ୟେଲୋ ଜୋନରେ ରହିଛନ୍ତି ।

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ଜାନୁଆରୀ ୧୦ : ୪୮୨୯
ଜାନୁଆରୀ ୯ : ୪୭୧୪
ଜାନୁଆରୀ ୮ : ୩୬୭୯
ଜାନୁଆରୀ ୭ : ୨୭୦୩
ଜାନୁଆରୀ ୬ : ୧୮୯୭
ଜାନୁଆରୀ ୫ : ୧୨୧୬
ଜାନୁଆରୀ ୪ : ୬୮୦
ଜାନୁଆରୀ ୩ : ୪୨୪
ଜାନୁଆରୀ ୨ : ୪୨୪

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ସଂକ୍ରମଣ ଟେଷ୍ଟ
ଜାନୁଆରୀ ୧୦ : ୪୮୨୯—–୭୪୩୦୪
ଜାନୁଆରୀ ୯ : ୪୭୧୪——୭୦୨୦୦
ଜାନୁଆରୀ ୮ : ୩୬୭୯—– ୭୧୪୩୨
ଜାନୁଆରୀ ୭ : ୨୭୦୩—–୬୮୯୭୦
ଜାନୁଆରୀ ୬ : ୧୮୯୭—–୭୨୩୭୦
ଜାନୁଆରୀ ୫ : ୧୨୧୬—- ୬୮୮୭୮
ଜାନୁଆରୀ ୪: ୬୮୦——୫୧୭୪୫
ଜାନୁଆରୀ ୩: ୪୨୪——୫୪୭୯୩
ଜାନୁଆରୀ ୨ : ୪୨୪—- ୬୧୬୫୨