ରାଜ୍ୟର କରୋନା ମିଟର । ୨୪ ଘଣ୍ଟାରେ ୨୪୫ ପଜିଟିଭ୍ ଚିହ୍ନଟ

125

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି . ୧୮ବର୍ଷରୁ କମ୍ ବୟସର ୪୧ ଜଣ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୩ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୦୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୫ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୩, ଭଦ୍ରକ ୨, ବଲାଙ୍ଗୀର ୧, କଟକ ୩୮, ଜଗତସିଂହପୁର ୧, ଯାଜପୁର ୪, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୨, ମାଲକାନଗିରି ୧, ମୟୂରଭଞ୍ଜ ୭, ନୟାଗଡ ୨, ପୁରୀ ୨, ରାୟଗଡା ୧, ସମ୍ବଲପୁର ୧, ସୋନପୁର ୧ ସୁନ୍ଦରଗଡ ୯ ଏବଂ ଷ୍ଟେଟପୋଲରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪୯୦ରେ ପହଞ୍ଚିଲାଣି ।