ରାଜ୍ୟରେ କରୋନା ସଂକ୍ରମଣର ନିମ୍ନଗତି : ୨୪ ଘଂଟାରେ ଚିହ୍ନଟ ହେଲେ ୧୬୩୭ ଆକ୍ରାନ୍ତ; ପୁଣି ୬୨ ମୃତ୍ୟୁର ହିସାବ ଦେଲେ ସରକାର

145

କନକ ବ୍ୟୁରୋ : ରାଜ୍ୟରେ ଲଗାତର ୨ ହଜାର ତଳେ କରୋନା ସଂକ୍ରମଣ  । ୨୪ ଘଂଟାରେ ୧୬୩୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ସଂଗରୋଧରୁ ୯୪୯ ଓ ସ୍ଥାନୀୟ ସଂକ୍ରମଣ ୬୮୮ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୩୫୦ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୦ ଓ ଅନୁଗୁଳରୁ ୧୦୦ ଜଣ ନୂଆ ସଂକ୍ରମିତ ହୋଇଛନ୍ତି  । ଏହି ତିନି ଜିଲ୍ଲାକୁ ଛାଡି ଅନ୍ୟ କୌଣସି ଜିଲ୍ଲାରେ ୧୦୦ ଉପରେ ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି  ।

ବାଲେଶ୍ୱରରୁ ୫୭ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୭୧ ଜଣ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧରୁ ୯, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୫୦ ଜଣ, ଗଜପତିରୁ ୧୬ ଜଣ, ଗଞ୍ଜାମରୁ ୧୬ ଜଣ, ଜଗତସିଂହପୁରରୁ ୮୫ ଜଣ, ଯାଜପୁରରୁ ୮୦ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୩୬ ଜଣ, କେନ୍ଦ୍ରାପଡ଼ାରୁ ୭୬ ଜଣ, କେନ୍ଦୁଝରରୁ ୧୮ ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୯ ଜଣ, ମୟୁରଭଞ୍ଜରୁ ୭୫ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ରୁ ୩୯ ଜଣ, ନୂଆପଡ଼ାରୁ ୧୪, ପୁରୀରୁ ୭୮ ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ୱଲପୁରରୁ ୧୩ ଜଣ, ସୋନପୁରରୁ ୧୧, ସୁନ୍ଦରଗଡ଼ରୁ ୬୧ ଓ ଷ୍ଟେଟ ପୁଲରୁ ୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୧୮୫ରେ ପହଂଚିଛି  । ଆକ୍ଟିଭ କେସ୍ ରହିଛି ୧୮ ହଜାର ୩୮୧ । ଆକ୍ଟିଭ୍ କେସରେ ଏବେ ବି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି  । ସେହିପରି ୬୨ ଆକ୍ରାନ୍ତଙ୍କ ମୃତ୍ୟୁର ହିସାବ ଦେଇଛନ୍ତି ସରକାର  । ଗତ ୨୪ ଘଂଟାରେ ୭୪ ହଜାର ୫୫୩ ନମୁନା ପରୀକ୍ଷା କରାଯାଇଛି  । ଟିପିଆର ରେଟ୍ ରହିଛି ୨.୧୯ ପ୍ରତିଶତ  ।