କନକ ବ୍ୟୁରୋ : ୨୪ ଘଂଟାରେ ୧ ୧୨୯ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬୫୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୭୨ଜଣ । ଖୋର୍ଦ୍ଧାରୁ ୩୮୮, ଅନୁଗୁଳରୁ ୫୫ ଜଣ, ବାଲେଶ୍ୱରରୁ ୭୨ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୬୦ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୪, କଟକରୁ ୧୩୫ ଜଣ, ଦେବଗଡ଼ରୁ  ୮ ଜଣ, ଢେଙ୍କାନାଳରୁ ୭ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୬୩ ଜଣ, ଯାଜପୁରରୁ ୪୮ ଜଣ, ଝାରସୁଗୁଡ଼ାରୁ ୬ ଜଣ ଚିହ୍ନଟ ।

Advertisment

ସେହିଭଳି କଳାହାଣ୍ଡିରୁ ୧ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୬୬ ଜଣ, କେଉଁଝରରୁ ୮ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୪ ଜଣ, ମୟୁରଭଞ୍ଜରୁ ୨୦ ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ରୁ ୨୦ ଜଣ, ନୂଆପଡ଼ାରୁ ୩, ପୁରୀରୁ ୪୮ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ୱଲପୁରରୁ ୧ ଜଣ, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫ ଓ ଷ୍ଟେଟ ପୁଲରୁ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଏହି ୬୯ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଥିବା ବେଳେ କଟକ ଜିଲ୍ଲାରୁ ୯ ଜଣ ଅଛନ୍ତି । ଅପରପକ୍ଷରେ ପୁରୀ ଜିଲ୍ଲାରେ ୭ ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି। ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ ମୃତକ ରହିଛନ୍ତି । ଏଣେ  ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ ମୃତକ ରହିଛନ୍ତି । ଠିକ୍ ସେହିପରି ଅନୁଗୁଳ, ଯାଜପୁର, ଢେଙ୍କାନାଳ, ଗଞ୍ଜାମ ଓ କଳାହାଣ୍ଡି  ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ଜଣାଯାଇଛି । ଅପରପକ୍ଷରେ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାର ୮୬୬ ରହିଛି । ସୁସ୍ଥ ହୋଇଚନ୍ତି ୯ ଲକ୍ଷ ୬୦ ହଜାର ୩୮୬ ଜଣ ସୁସ୍ଥ ହୋଇଛନ୍ତି । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୧୪ ହଜାର ୩୨୫ଜଣ । ୫୯ ହଜାର ୩୭୮ ନମୁନା ପରୀକ୍ଷା ହୋଇଛି । ୧ ଦଶମିକ ୯୦ ପ୍ରତିଶତ ରହିଛି ପଜିଟିଭ ହାର ।