ରାସ୍ତାରୁ ଉଠିଲା ଗଂଜାମ ହୁମାରେ ଓଲଟି ପଡ଼ିିଥିବା ଗ୍ୟାସ ଟ୍ୟାଙ୍କର : ଯାଂଚ କରୁଛନ୍ତି ପାରାଦୀପରୁ ଯାଇଥିବା ବିଶେଷଜ୍ଞ ଦଳ

226

କନକ ବ୍ୟୁରୋ : କ୍ରେନ୍ ସାହାଯ୍ୟରେ ଉଠାଗଲା ଗଂଜାମ ହୁମାରେ ଓଲଟିପଡ଼ିଥିବା ଗ୍ୟାସ ଟ୍ୟାଙ୍କର । ଆମୋନିଆ ରେସ୍କୁ କିଟ୍ ପିନ୍ଧି ପାରାଦୀପରୁ ଆସିଥିବା ୪ଜଣିଆ ଟିମ୍ ଟ୍ୟାଙ୍କର ରେସ୍କ୍ୟୁ କରିଛନ୍ତି । ଗତକାଲିଠାରୁ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିପଡିଲା ଆମୋନି଼ଆ ଟ୍ୟାଙ୍କର । ୧୬ ଘଂଟା ପରେ ଓଲଟିପଡ଼ିଥିବା ଟ୍ୟାଙ୍କରକୁ ପ୍ରଶାସନର ତତ୍ୱାବଧାନରେ ଉଠାଯାଇଛି ।  ଗଞ୍ଜାମ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ହୁମା ନିକଟରେ ଏହି ଘଟଣା ଘଟିଥିଲା । ଟ୍ୟାଙ୍କରରେ ଆମୋନିଆ ଗ୍ୟାସ ରହିଥିବା ସୂଚନା ମିଳିଥିଲା ।

ଟ୍ୟାଙ୍କର ପାରାଦୀପରୁ  ବିଶାଖାପାଟଣା ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଥିଲା । ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିବାରୁ ଜାତୀୟ ରାଜପଥ ୧୬ରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ପ୍ରଶାସନ ପୋଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଟ୍ୟାଙ୍କର ଉଠାଯାଇଛି । ଆମୋନିଆ ଗ୍ୟାସ୍ ବିପଜ୍ନକ ହୋଇଥିବାରୁ ପାରଦୀପରୁ ଏକ ୪ଜଣିଆ ସ୍ୱତନ୍ତ୍ର ଦଳ ଗଂଜାମ ହୁମାର ଦୁର୍ଘଟଣାସ୍ଥଳରେ ପହଂଚିଥିଲେ ।