ସକ୍ରିୟ ରହିଛି ଲଘୁଚାପ : ୧୨ ଘଣ୍ଟାରେ ନେବ ଅବପାତର ରୂପ; ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

163

କନକ ବ୍ୟୁରୋ : ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୁଦୃଶଃ ଲଘୁଚାପ ସକ୍ରିୟ । ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଦିନ ତମାମ ମେଘୁଆ ପାଗ ରହିବ । ମଝିରେ ମଝିରେ ପ୍ରବଳ ବର୍ଷିବ । ୨୪ଘଣ୍ଟା ପରେ ବର୍ଷାର ପ୍ରଭାବ କମିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ ଜିଳ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ବେଳେ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର ଏରସମାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସୁନ୍ଦରଗଡ଼ ହେମଗିରି ୨୦୦.୪ ମିମି ବର୍ଷା, ପୁରୀ ଅସ୍ତରଙ୍ଗରେ ୧୬୮ ମିମି ବର୍ଷା, ପୁରୀ ସହରରେ ୯୪ ମିମି ବର୍ଷା, ସମ୍ବଲପୁରରେ ୧୪୬ ମିମି, ଗଜପତିରେ ୧୦୪, ଖୋର୍ଦ୍ଧା ବାଣପୁରରେ ୧୦୩ ମିମି ମଧ୍ୟମ ଧରଣ ବର୍ଷା ରେକର୍ଡ ହୋଇଛି । ସମୁଦ୍ର ଅଶାନ୍ତ ରହିବାରୁ ଆସନ୍ତାକାଲି ଯାଏଁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ନଦୀର ଜଳସ୍ତର ବଢ଼ିବ । ୨୪ ଘଣ୍ଟା ପରେ କମିବ ବର୍ଷା ।