ଚନ୍ଦକା ଅଂଚଳରେ ମିଳିଥିବା ମୃତ ମହିଳାଙ୍କ କୁଆଡେ ଗଲା କଟାମୁଣ୍ଡ ? ପୋଷାକ ଆଧାରରେ ପୋଷ୍ଟର ତିଆରି କରିବ ପୋଲିସ ।

111

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରୁ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ମହିଳାଙ୍କ ଶବକୁ ନେଇ ଚନ୍ଦକା ପୋଲିସର ଖୋଳତାଡ ଜାରି ରହିଛି । ଗତକାଲି ପରି ଆଜି ମଧ୍ୟ କଟାମୁଣ୍ଡକୁ ଖୋଜୁଛି ପୋଲିସ । ଅନ୍ଧାରୁଆ ଦାସପୁର ରାସ୍ତା ଜଙ୍ଗଲରେ ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଡିସିପି କହିଛନ୍ତି, ରାଜ୍ୟ ବାହାର ପୁଲିସକୁ ମୃତ ମହିଳାଙ୍କ ତଥ୍ୟ ପଠାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ପୁଲିସକୁ ଏହି ତଥ୍ୟ  କମିସନରେଟ ପୁଲିସ ପକ୍ଷରୁ ମଗାଯାଇଛି । ମହିଳା ପିନ୍ଧିଥିବା ପୋଷାକକୁ ଆଧାର କରି ପୋଷ୍ଟର ତିଆରି କରାଯିବ । ସେହି ପୋଷ୍ଟରକୁ ସର୍ବସାଧାରଣରେ ଲଗାଯିବ । ଘଟଣା ସ୍ଥଳରେ ମହିଳାଙ୍କୁ ହତ୍ୟା କରାଯାଇନି । ଅନ୍ୟ ଜାଗାରେ ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି । ଏଡିସିପିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଘଟଣା ସ୍ଥଳରେ ସାଇଟିଂଫିକ ଟିମ ଖୋଳତାଡ କରିଛି । କିଛି ସାଇଟିଂଫିକ ତଥ୍ୟ ମିଳିଥିବା ଡିସିପି କହିଛନ୍ତି ।