ଲଗାତାର ବଢିଚାଲିଛି ପ୍ରେଟ୍ରୋଲ ଓ ଡ଼ିଜେଲ ଦର : ତେଲ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ବିରୋଧ; ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ

133

କନକ ବ୍ୟୁରୋ : ଲଗାତର ବଢିଚାଲିଛି ପ୍ରେଟ୍ରୋଲ ଓ ଡ଼ିଜେଲ ଦର । ତେଲ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ । ବିଧାନସଭାକୁ ସାଇକେଲରେ ଆସିଛନ୍ତି କଂଗ୍ରେସ ବିଧାୟକ । ତେଲ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍ ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମାତ୍ରାଧିକ ଟିକସ ଆଦାୟ କରୁଥିବା କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଛନ୍ତି ।

୨ ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛୁି । ଏହା ପଛକୁ ରହିଛି ମାଲକାନଗିରିରେ ତେଲ ଦର । ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ସେନଚୁରୀ ମାରିଛି ସ୍ପଡ ପେଟ୍ରୋଲ । ମାଓ ଅଧ୍ୟୁଷିତ ଏହି ଜିଲ୍ଲାରେ ସ୍ପିଡ ପେଟ୍ରୋଲର ଦର ୧୦୦ଟଙ୍କାକୁ ଟପି ଯାଇଛି । ଯୋଡ଼ାରେ ପେଟ୍ରୋଲ ୯୩ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ । ସମ୍ବଲପୁର ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି । ସମ୍ବଲପୁର ଓବ୍ରହ୍ମପୁରରେ ଡିଜେଲ ୮୯ଟଙ୍କାରୁ ଅଧିକରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି ।