ଓଡ଼ିଶା ଆସି ଉଠାଇ ନେଲା ଉତ୍ତର ପ୍ରଦେଶ ପୁଲିସ । ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ୍ତ ଯୋଗୁଁ ବନ୍ଧା ହେଲେ ସୋଲେପୁରର ଯୁବକ

କୋର୍ଟରେ ହାଜର ହେବା ପରେ ୪ ଦିନିଆ ରିମାଣ୍ଡରେ ନେଲା ଉତରପ୍ରଦେଶ ପୁଲିସ୍

796

କନକ ବ୍ୟୁରୋ: ମହଙ୍ଗା ପଡିଲା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ । ସାଲେପୁରର ଯୁବକଙ୍କୁ ଉଠାଇନେଲା ଉତରପ୍ରଦେଶ ପୁଲିସ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ୟୁପି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଗିରଫ ଯୁବକ ହେଉଛନ୍ତି ସାଲେପୁର ଥାନା କୁସୁମ୍ବୀ ଗାଁର ସୟଦ ହସନ ଅହମ୍ମଦ । । ଆଜି ସ୍ଥାନିୟ କୋର୍ଟରେ ହାଜର କରିବା ପରେ ସୟଦକୁ ୪ଦିନିଆ ରିମାଣ୍ଡରେ ନେଇଛି ଉତର ପ୍ରଦେଶ ପୋଲିସ ।

ସାଲେପୁର ଯୁବକ ନାଁରେ ଦେଶଦ୍ରୋହ ମାମଲା

ଇଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ନାଁରେ ଦେଶଦ୍ରୋହ ଭଳି ସଂଗୀନ୍ ମାମଲା ଲାଗିଛି । ସାଲେପୁର କୁସମ୍ଭୀ ଗାଁର ସୟଦ ହସନ୍ ମହମ୍ମଦ ସୋସିଆଲ ମିଡ଼ିଆରେ ବୀବାଦୀୟ ମନ୍ତବ୍ୟ ରଖିବାକୁ ସହ ଏହାକୁ ଭାଇରାଲ କରୁଥିବା ଅଭିଯୋଗ ହୋଇଛି ।

• ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରୁଥିଲେ ଟାର୍ଗେଟ୍

• ୟୁପି ମୁଖ୍ୟମନ୍ତ୍ରୀଙ୍କୁ କରୁଥିଲେ ସମାଲୋଚନା

• ଆର୍ଆର୍ଏସ୍ ବିରୋଧରେ ଓଗାଳୁ ଥିଲେ ବିଷ

• ଧର୍ମକୁ ନେଇ ରଖୁଥିଲେ ବିବାଦୀୟ ବୟାନ

• ବଜରଙ୍ଗଦଳ ବିରୋଧରେ ରଖୁଥିଲେ ବିବାଦୀୟ ବୟାନ

କ୍ରମାଗତ ଭାବରେ ଏଭଳି ବିବାଦୀୟ ବୟାନ୍ ରଖୁଥିବା ନେଇ ଅଭିଯୋଗ କରିଥିଲେ ଉତରପ୍ରଦେଶ ବାଗପଥ ଜିଲ୍ଲାର ବିଶ୍ୱହିନ୍ଦୁ ପରିଷଦ ଅଧ୍ୟକ୍ଷ କୁଲଦୀପ ପାଂଚାଲି ସିଙ୍ଗାବଲି ଥାନରେ ଅଭିଯୋଗ କରିଥିଲେ । ଏହାକୁ ଭିତିକରି ସେଠାରେ ମାମଲା ରୁଜୁ ହୋଇଥିଲା । ଦୀର୍ଘଦିନ ଧରି, ସୟଦ ହସନ୍ ମହମ୍ମଦଙ୍କର ମୋବାଇଲ୍କୁ ଟ୍ରାକ୍ କରୁଥିଲା ଉତରପ୍ରଦେଶ ପୁଲିସ୍ । ଆଉ ଶେଷରେ ଉତରପ୍ରଦେଶରୁ ୨ ଜଣିଆ ପୁଲିସ୍ ଟିମ୍ ସାଲେପୁର ଆସି, ସୟଦ ହସନ୍ ମହମ୍ମଦକୁ ଗିରଫ କରିଛି ।

ଅଭିଯୁକ୍ତକୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରିଥିଲା ପୁଲିସ୍ । ଏଥିରେ ୫ ଦିନିଆର ରିମାଣ୍ଡ ଆବେଦନ ହୋଇଥିବା ବେଳେ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ବଡ଼ କଥା ହେଉଛି, ପ୍ରାୟ ୨୦ ବର୍ଷ ତଳେ ଏହି କୁସମ୍ଭୀ ଅଂଚଳରୁ ଏଭଳି ବିବାଦୀୟ ଘଟଣାରେ ଜଣକୁ ଗିରଫ କରିଥିଲା ପୁଲିସ । ଆଉ ପୁଣି ଜଣେ ବ୍ୟକ୍ତି ସାମାନ ଅଭିଯୋଗରେ ଗିରଫ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।