ମହାମାରୀ ସମୟରେ ଅକ୍ସିଜେନ ପାଇଁ ଲାଗିଲା ଏସମା : ମେଡିକାଲ ଅକ୍ସିଜେନ ଉତ୍ପାଦନ, ପରିବହନ, ବଂଟନକୁ ଅତ୍ୟାବଶ୍ୟକ ସେବା ଭାବେ ଗ୍ରହଣ କଲେ ରାଜ୍ୟ ସରକାର

ସେବା ଯୋଗାଇଥିବା ସଂସ୍ଥା କରିପାରିବେନି କାମ ବନ୍ଦ ; ୬ ମାସ ଯାଏଁ ଜାରି ରହିବ ନିର୍ଦ୍ଦେଶ

127

କନକ ବ୍ୟୁରୋ : କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ୍ ଲିକୁଡ୍ ଅକ୍ସିଜେନ୍କୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର । ଜନହିତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ଅକ୍ସିଜେନ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ବଂଟନରେ ଯେପରି କୌଣସି ନ ଉପୁଜେ, ଏଥିପାଇଁ ଏସମା ବା ଓଡ଼ିଶା ଏସେନ୍ସିଆଲ୍ ସର୍ଭିସେସ୍ ମେଂଟେନାନ୍ସ ଆକ୍ଟ ଲାଗୁ କରିଛନ୍ତି ରାଜ୍ୟ ସରକାର ।

୬ ମାସ ପର୍ଯ୍ୟନ୍ତ ସରକାରଙ୍କ ଏହି ନିର୍ଦ୍ଦେଶନାମା ବଳବତର ରହିବ । ଏହି ସମୟ ମଧ୍ୟରେ ଅକ୍ସିଜେନ୍ ଉତ୍ପାଦନ, ଫିଲିଙ୍ଗ, ପରିବହନ, ଯୋଗାଣ ବା ବଂଟନ କରୁଥିବା ସଂସ୍ଥା, ସେବା ଯୋଗାଇବା ବନ୍ଦ କରିପାରିବେ ନାହିଁ । ଷ୍ଟ୍ରାଇକ୍ ଆଦି କରିବା ଉପରେ କଟକଣା ଲାଗିଛି । ମହାମାରୀ ସମୟରେ ଅକ୍ସିଜେନ୍ ସବୁଠୁ ଅଧିକ ଗୁରୁତ୍ୱ ରଖୁଥିବାରୁ ଏହି ସେବାରେ ଯେପରି କୌଣସି ପ୍ରକାର ବାଧା ନଉପୁଜେ, ସେଥିପାଇଁ ଏସମା ଲାଗୁ କରିଛନ୍ତି ସରକାର ।