ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ : ଯୋଗଦେବେ ମୁଖ୍ୟମନ୍ତ୍ରୀ, ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ କରିବେ ଆମନ୍ତ୍ରଣ

102

କନକ ବ୍ୟୁରୋ : ଆସନ୍ତାକାଲି ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ । ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ଏହି ସମ୍ମିଳନୀ ନବୀନ ପଟ୍ଟନାୟକଙ୍କ ସହ ଶିଳ୍ପମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଉପସ୍ଥିତ ରହିବେ । ମୁମ୍ବାଇ ପରି ବେଙ୍ଗାଲୁରୁରେ ୱାନ ଟୁ ୱାନ କାର୍ଯ୍ୟକ୍ରମ ହେବ ।