ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଖୋଲିବ ହୀରାକୁଦ ଗେଟ୍ : ୩୬ ଘଂଟାରେ ମୁଣ୍ଡୁଳିରେ ପହଞ୍ଚିବ ବର୍ଷା ଜଳ

258

କନକ ବ୍ୟୁରୋ : ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ଖୋଲିବ ହୀରାକୁଦ ଗେଟ୍ । ଆଜି ୬ଟି ଗେଟ୍ ଖୋଲାଯିବ । ଅପରାହ୍ନ ୫ଟାରୁ ପର୍ଯ୍ୟାୟ କ୍ରମେ ଖୋଲିବ ୬ଟି ଗେଟ ଖୋଲିବା ନେଇ ନିସ୍ପତି ହୋଇଛି୍ । ୩୬ ଘଂଟାରେ ମୁଣ୍ଡୁଳିରେ ପହଞ୍ଚିବ ବର୍ଷା ଜଳ । ଏନେଇ ଲୋକଙ୍କୁ ସୁଚନା ଦେଇଛନ୍ତି ଡ଼୍ୟାମ୍ କର୍ତୃପକ୍ଷ । ଲୋକଙ୍କୁ ନଦୀ ଭିତରକୁ ନଯିବାକୁ ପରାମର୍ଶ ଦେଇଛନ୍ତି । ହୀରାକୁଦରୁ ଗେଟ ଖୋଲିବା ନେଇ ୩ଟାରୁ ବାଜିବ ସାଇରନ୍ ।

ସେପଟେ, ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି  ଛତିଶଗଡ଼ରେ ବର୍ଷା ହେବାର ଆଶଙ୍କା କରାଯାଉଛି। ତେଣୁ ହୀରାକୁଦରେ ଜଳସ୍ତର ବଢ଼ିପାରେ । ତାକୁ ଦୃଷ୍ଟିରେ ହୀରାକୁଦର ୬ ରୁ ୭ ଟି ଗେଟ ଖୋଲି ପାରେ । କଟକ ମଣ୍ଡୁଳି ଦେଇ ୫ ଲକ୍ଷ ୬ ଲକ୍ଷ କ୍ୟୁସେକ ପାଣି ପାସ କରାଇ ଦେଲେ ଆମର ବନ୍ୟା ସ୍ଥିତି ଉପୁଜିବ ନାହିଁ । ଯଦି ଅଧିକ ପାଣି ଆସେ ତେବେ ଆମକୁ ଅଧିକ ଗେଟ ଖୋଲିବୁ । ତେବେ ମହାନଦୀ ରେ ବନ୍ୟା ସ୍ଥିତି ଆସିବାର ସମ୍ଭାବନା ନାହିଁ । ସମସ୍ତ ବିଭାଗ ମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।