କୌଣସି ମତେ ପ୍ରଘଟ ହେବନି ଆକ୍ରାନ୍ତଙ୍କ ପରିଚୟ: କରୋନା ସଂକ୍ରମିତଙ୍କ ବାବଦରେ ହାଇକୋର୍ଟଙ୍କ ବଡ ରାୟ; ପରିଚୟ ପଦାକୁ ଆସିଲେ ରହିଛି ସାମାଜିକ ନିନ୍ଦାର ଭୟ

377

କନକ ବ୍ୟୁରୋ: କରୋନା ସଂକ୍ରମିତଙ୍କ ବାବଦରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କୌଣସି ମତେ କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ପରିଚୟ ପଦାକୁ ଆସିଲେ ସାମାଜିକ ନିନ୍ଦାର ଭୟ ରହିଛି । ଏପରିକି ସରକାର ପ୍ରକାଶ କରୁଥିବା ଚିଠି କିମ୍ବା ଅନ୍ୟାନ୍ୟ ନଥିରେ ଆକ୍ରାନ୍ତଙ୍କ ନାଁ ଉଲ୍ଲେଖ ହେବ ନାହିଁ ବୋଲି କୋର୍ଟ କହିଛନ୍ତି । ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ହେବା ନାହିଁ ବୋଲି କୋର୍ଟ ତାଗିଦ କରିଛନ୍ତି । ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ଅନଙ୍ଗ କୁମାର ଓତା ନାମକ ଜଣେ ବ୍ୟକ୍ତି ।

ଅନ୍ୟପଟେ, ବରଗଡରୁ ଆଉ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭେଡେନ୍ ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ଭଟଲି ବ୍ଲକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣଙ୍କର ଗସ୍ତ ବିବରଣୀ ରହିଥିବାବେଳେ ଜଣେ ସ୍ଥାନୀୟ ଅଂଚଳର ବୋଲି ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନେ ରହୁଥିବା ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।