ରାଜ୍ୟରେ ୩ କୋଟି ଟପିଲା ପ୍ରଥମ ଡୋଜ ଟିକାକରଣ : ଟିକା ନେଇ ନଥିଲେ ଟିକା ନେବାକୁ ସରକାରଙ୍କ ଅନୁରୋଧ

59

କନକ ବ୍ୟୁରୋ : ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ସୂଚନା ଦେଇଛନ୍ତି । ସେ ଟୁଇଟରରେ ଲେଖିଛନ୍ତି, ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ ନେଇସାରିଛନ୍ତି । ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ପ୍ରତିରୋପଣ ନିଶ୍ଚିତ କରିବାରେ ଆମର ସମସ୍ତ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ନିରନ୍ତର ପ୍ରୟାସ ଏବଂ ଉତ୍ସର୍ଗୀକୃତତାକୁ ପ୍ରଶଂସା କରନ୍ତୁ ।

ଏଣେ ରାଜ୍ୟରେ ଏବେ ୩୪୫୩ ଟିକାକରଣ କେନ୍ଦ୍ରରେ ଟିକାକରଣ ଚାଲିଛି। ସେଥିରୁ ୧୧୯୧ଟି ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷର କିଶୋରଙ୍କୁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟିକା ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଏହା ଭିତରେ ପ୍ରଥମ ଡୋଜ ୯୧ପ୍ରତିଶତ ଲୋକଙ୍କୁ ଦିଆଯାଇଛି। ସେଥିମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି । ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ପ୍ରିକସନ ଡୋଜ। ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ ଦିଆଯିବ । ଯିଏ ଯେଉଁ ଡୋଜ ନେଇଥିବ, ସିଏ ସେହି ଟିକା ନେବ। ଚାରିଆଡେ କରୋନା ବଢୁଛି। ସମସ୍ତଙ୍କୁ ପରାମର୍ଶ ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ ।