କୋଭିଡ୍ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ଚିଠି ଲେଖିଲେ ରାଜ୍ୟ ସରକାର । ୩ କୋଟି ୭୭ ଲକ୍ଷ ଡୋଜ୍ ଦେବା ପାଇଁ ଚିଠି ।

233

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ କୋଭିସିଲଡ ଟିକା ଯୋଗାଇ ଦେବାନେଇ ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସମୟ ଭିତରେ ଟିକା ଯୋଗାଇ ଦେବାପାଇଁ କଣ ସବୁ ସର୍ତ୍ତ ନିୟମ ରହିଛି ସେନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୩କୋଟି ୭୭ଲକ୍ଷ ଡୋଜ ଟିକା ଦେବା ପାଇଁ ଚିଠିରେ କୁହାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସେରମ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବ ଓଡିଶା ଔଷଧ ନିଗମ । ସେହିପରି କୋଭିସିଲଡ ଟିକା କିଣିବା ନେଇ ମଧ୍ୟ ଭାରତ ବାୟୋଟେକକୁ ଚିଠି ଲେଖିଛି ଓଡିଶା । ୧୦ଲକ୍ଷ ୩୪ହଜାର ଟିକା ଯୋଗାଇବା ପାଇଁ ଓଡିଶା ପକ୍ଷରୁ ଚିଠି ଲେଖାଯାଇଛି ।