ଅନଲକ୍ ନେଇ ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ବଡ ଘୋଷଣା : ରେଡ୍ ଜୋନ ଜିଲ୍ଲା ପାଇଁ ହୋଇପାରେ ସ୍ୱତନ୍ତ୍ର ପ୍ଲାନ୍; ବଳବତ୍ତର ରହିପାରେ ନାଇଟ୍ କର୍ଫ୍ୟୁ

800

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ବଡ ଘୋଷଣା । ରାଜ୍ୟର କିଛି ଜିଲ୍ଲାରେ ଅନଲକ୍ ନେଇ କରିବେ ଘୋଷଣା । ରେଡ୍ ଜୋନ ଜିଲ୍ଲା ପାଇଁ ହୋଇପାରେ ସ୍ୱତନ୍ତ୍ର ପ୍ଲାନ୍ । ବଳବତ୍ତର ରହିପାରେ ନାଇଟ କର୍ଫ୍ୟୁ । ତୃତୀୟ ଦଫା ତାଲାବନ୍ଦର ଆସନ୍ତାକାଲି ଶେଷ ଦିନ । ସାରା ରାଜ୍ୟରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା । ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ । 

ଯଦିଓ ଏ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ , କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଲକଡାଉନ ଖୋଲିଯିବ କିନ୍ତୁ ନାଇଟ କର୍ଫ୍ୟୁ ଜାରି ରହିପାରେ । ସପ୍ତାହାନ୍ତ ସଟଡାଉନ ବି ଜାରି ରହିବା ସମ୍ଭାବନା ରହିଛି । ହଲ, ମଲ, ହୋଟେଲ ଉପରେ ମାସ ଶେଷ ଯାଏଁ କଟକଣା ବଳବତର ରହିପାରେ । ସେଲୁନ,ସ୍ପା ବନ୍ଦ ରହିବା ସମ୍ଭାବନା ଅଧିକ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମ ସେହି ଜିଲ୍ଲାଗୁଡିକରେ କଟକଣାକୁ ଅଧିକ କୋହଳ କରାଯାଇପାରେ । ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର. ପୁରୀ ଓ ଭଦ୍ରକ ଭଳି ଜିଲ୍ଲା, ଯେଉଁଠି ଅଧିକ ସଂକ୍ରମଣ ହାର ରହିଛି ସେଠାରେ କଟକଣା ଅଧିକ ରହିପାରେ ।