ଆସିଲା ୪୯ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଏପ୍ରିଲ ୪ରେ ଭୁବନେଶ୍ୱର ରେଡକ୍ରସ ଅଞ୍ଚଳ ଏବଂ ୬ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ଆକ୍ରାନ୍ତ ମହିଳା

1,089

କନକ ବ୍ୟୁରୋ: ଆସିଲା ୪୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ମଧୂସୁଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୫ ବର୍ଷୀୟ ମହିଳାଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର । ୨୦ ମାର୍ଚ୍ଚରୁ ୩ ଏପ୍ରିଲ ଯାଏଁ ସେ ମଧୂସୁଦନ ନଗର ଅଞ୍ଚଳର ନିଜ ଘରେ ରହିଥିଲେ । ଏପ୍ରିଲ ୪ ତାରିଖରେ ଭୁବନେଶ୍ୱର ରେଡକ୍ରସ ଭବନ ଅଞ୍ଚଳକୁ ଗସ୍ତ କରିଥିଲେ ।

ସେହିପରି ୬ ଏପ୍ରିଲରେ ମହିଳା ଜଣଙ୍କ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ୭ରୁ ୧୦ ତାରିଖ ହୋମ କ୍ୱାରେଣ୍ଟାଇନରେ ଥିଲେ । ଆଉ ସେହି ୧୦ ତାରିଖ ଦିନ ହିଁ ତାଙ୍କ ନମୂନା ପଜିଟିଭ ଆସିଥିଲା । ତେବେ ତାଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଆଜି ତାଙ୍କୁ କିମ୍ସ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ କିଛି ସମୟ ପୂର୍ବରୁ ୨ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଇଥିଲେ ରାଜ୍ୟ ସରକାର । ୪୯ ନମ୍ବର ଏବଂ ୫୦ ନମ୍ବର ନୂଆ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜଣାଇଥିଲେ । ୪୯ ନମ୍ବର ଆକ୍ରାନ୍ତ ଜଣଙ୍କ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ୫୦ ନମ୍ବର ଆକ୍ରାନ୍ତ ଜଣଙ୍କ ୨୩ ବର୍ଷୀୟ ଯୁବକ । ଆଉ ଉଭୟ ଆକ୍ରାନ୍ତ ଭୁବନେଶ୍ୱର ମଧୂସୁଦନ ନଗରର ୪୧ ନମ୍ବର ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିଲେ ।