କରୋନା କାଳରେ ୩ ମାସ ବଢିଲା ଡିଏମଇଟିଙ୍କ କାର୍ଯ୍ୟକାଳ : ମେ’ ପହିଲାରୁ ଜୁଲାଇ ମାସ ଯାଏଁ ଦାୟିତ୍ୱ ତୁଲାଇବେ ସିବିକେ ମହାନ୍ତି

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ବିଧିବଦ୍ଧ ସୂଚନା

95

କନକ ବ୍ୟୁରୋ : କରୋନା କାଳରେ ୩ ମାସ ବଢିଲା ଡିଏମଇଟିଙ୍କ କାର୍ଯ୍ୟକାଳ । ମେ ପହିଲାରୁ ଜୁଲାଇ ମାସ ଯାଏଁ ଦାୟିତ୍ୱ ତୁଲାଇବେ ସିବିକେ ମହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି । ଗତକାଲି ଅର୍ଥାତ ଏପ୍ରିଲ ୩୦ ତାରିଖରେ ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ସରୁଥିଲା । କିନ୍ତୁ କାର୍ଯ୍ୟକାଳକୁ ବଢାଇବାକୁ ନିଷ୍ପତି ନିଆଯାଇଛି । କରୋନାର ଦ୍ୱିତୀୟ ଲହର ଦେଶରେ ଭୟାବହ ରୁପ ନେଇଥିବା ବେଳେ ଓଡିଶାରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ଚିନ୍ତା ବଢାଉଛି । ଠିକ ଏତିକି ବେଳେ ଡିଏମଇଟିଙ୍କ କାର୍ଯ୍ୟକାଳକୁ ୩ମାସ ବଢାଇ ଦେଇଛନ୍ତି ।