ସହରାଂଚଳ ବସ୍ତିବାସୀନ୍ଦା ପାଇବେ ଜମି । ରାଜ୍ୟ ସରକାରଣ ଏବଂ ଟାଟା ଟ୍ରଷ୍ଟ ମଧରେ ଚୁକ୍ତି

48

କନକ ବ୍ୟୁରୋ: ଗତ ଦଶନ୍ଧିରେ ଗ୍ରାମାଂଚଳମାନଙ୍କରେ ଜନସଂଖ୍ୟା ବୃଦ୍ଧିର ହାର ୧୧.୭୧ ପ୍ରତିଶତ ଥିବାବେଳେ ସହରାଂଚଳର ଜନସଂଖ୍ୟା ବୃଦ୍ଧିର ହାର ୨୬.୮ ପ୍ରତିଶତ ରହିଛି । ଯାହାଦ୍ୱାରା ବସ୍ତିରେ ବାସ କରୁଥିବା ଅଧିକାଂଶ ବାସିନ୍ଦା ମାନଙ୍କ ନିକଟରେ ମୁଣ୍ଡ ଗୁଂଜିବା ପାଇଁ ନିଜର ଖଣ୍ଡିଏ ଭଲ ଜମି ନାହିଁ । ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଗୃହିତ ‘ବସ୍ତି ବାସିନ୍ଦା ଜମି ଅଧିକାର ଅଧିନିୟମ ୨୦୧୭’ ଏକ ଐତିହାସିକ ପଦକ୍ଷେପ । ଏହି ନିୟମ କାର୍ଯ୍ୟକାରୀ ହେଲେ ୩୦ଟି ଜିଲ୍ଲାର ସମସ୍ତ ୧୦୯ ପୌର ପରିଷଦ ଏବଂ ବିଜ୍ଞାପିତ ଅଂଚଳ ଉପକୃତ ହେବେ । ଏହି ଅଧିନିୟମ ବଳରେ ୨୫୦୦ ବସ୍ତି ମାନଙ୍କରେ ଚାଷ କରୁଥିବା ପ୍ରାୟ ଅଢେଇ ଲକ୍ଷ ଅଧିବାସୀ ଜମି ଅଧିକାର ପାଇଁ ପ୍ରମାଣ ପତ୍ର ପାଇବେ ।

ସହରାଂଚଳ ବସ୍ତିରେ ବାସ କରୁଥିବା ଗରିବ ଲୋକମାନେ ଯେଉଁ ଜମି ଅଧିକାର ପାଇବେ ତାହା ବଂଶାନୁକ୍ରମିକ ପ୍ରାପ୍ତ ହେବ, ଯାହାକୁ ବନ୍ଧକରେ ରଖି ଗୃହ ଋଣ କରାଯାଇପାରିବ କିନ୍ତୁ ଏହା ହସ୍ତାନ୍ତର କରାଯାଇ ପାରିବ ନାହିଁ । ବିଜ୍ଞାପିତ ଅଂଚଳରେ ୬୪୬ ବର୍ଗ ଫୁଟ ଏବଂ ପୌର ପରିଷଦ ଅଂଚଳରେ ୪୮୪ ବର୍ଗ ଫୁଟ ଜମି ପ୍ରତ୍ୟକ ବାସିନ୍ଦାକୁ ବ୍ୟବହାର ନିମନ୍ତେ ଦିଆଯିବ । ଯଦି ରହୁଥିବା ଜାଗା ବାସପୋଯୋଗୀ ହୋଇପାରେ ନାହିଁ ତେବେ ସ୍ଥାନାନ୍ତର ସମୟରେ ପ୍ରତ୍ୟକ ବାସିନ୍ଦାଙ୍କୁ ସର୍ବାଧିକ ୩୨୩ ବର୍ଗ ଫୁଟ ଜମି ପ୍ରଦାନ କରାଯିବ ।

ତେବେ ପ୍ରଥମେ ଏହାର ଅନ୍ତର୍ଭୁକ୍ତରେ ରହିବ ଗଞ୍ଜାମ ଓ ପୁରୀ ଜିଲ୍ଲା । ଯେଉଁଠାରେ କି ୨ଟି ଯୋଜନାର ବ୍ୟବସ୍ଥା ରଖାଯାଉଛି । ପ୍ରାୟ ୨୦୦୦ ହିତାଧିକାରୀଙ୍କୁ ଜମିର ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ତାଲିକା ପ୍ରସ୍ତୁତ ମଧ୍ୟ କରାଯାଇଛି । ଏହି କାର୍ଯ୍ୟର ସଫଳ ରୂପାୟନ ପାଇଁ ୬୦୦ ଅଫିସରଙ୍କ ସମେତ ତହସିଲଦାର ଏବଂ ବେସରକାରୀ ସଂସ୍ଥାର ପ୍ରତିନିଧିମାନେ ଏସଂକ୍ରାନ୍ତିୟ ଉପଯୁକ୍ତ ତାଲିମ ମଧ୍ୟ ଦିଆଯାଇ ସାରିଛି । ତେବେ ଏହି ଅଧିନିୟମ କାର୍ଯ୍ୟକାରୀ କରିବା ପାଇଁ ଟାଟା ଟ୍ରଷ୍ଟ ସହିତ ଏକ ବୁଝାମଣା ପତ୍ର ଆଜି ସ୍ୱାକ୍ଷର କରାଯାଇଛି । ଆଜି ଏହି ବୁଝାମଣା ପତ୍ର ଦ୍ୱାରା ୯୭ ୟୁ.ଏଲ.ବି.ଏସରେ ଜମି ଅଧିକାର ହସ୍ତାନ୍ତର ପ୍ରକ୍ରାୟା ଆରମ୍ଭ ହେବ ଏବଂ ଏହା ୩ ରୁ ୪ ମାସ ମଧ୍ୟରେ ସମାପ୍ତ ହେବା ଆଶା କରାଯାଉଛି ।