ଭୁବନେଶ୍ୱରରୁ ହରିୟାଣା, ରାଜ୍ୟପାଳଙ୍କ ଗସ୍ତ ଖର୍ଚ୍ଚ ୪୬ ଲକ୍ଷ । ରାଜ୍ୟ ସରକାରଙ୍କ ଚିଠି ପରେ ଜୋର ଧରିଲା ଚର୍ଚ୍ଚା

50

କନକ ବ୍ୟୁରୋ : ଓଡିଶାର ରାଜ୍ୟପାଳଙ୍କ ସିରସା ଗସ୍ତ ଓ ଏ ବାବଦରେ ଆସିଥିବା ବିଲକୁ ନେଇ ଚର୍ଚ୍ଚା । ୧୦ ଜୁନରୁ ୧୩ ଜୁନ ପର୍ଯ୍ୟନ୍ତ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ସିରସା ଗସ୍ତ କରିଥିଲେ । ସୂଚନା ଅନୁସାରେ ଏଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ସ୍ୱତନ୍ତ୍ର ବିମାନ ଚାହିଁଥିଲେ ରାଜ୍ୟପାଳ । ଆଉ ଏବାବଦରେ ଅନୁମତି ମଧ୍ୟ ପ୍ରଦାନ କରିଥିଲେ ରାଜ୍ୟ ସରକାର । ବିମାନ ବ୍ୟବହାର ବାବଦରେ ୪୪ ଲକ୍ଷ ଖର୍ଚ୍ଚ ହେବ ବୋଲି ସେବା ପ୍ରଦାନକାରୀ କଂପାନୀ କହିଥିଲା । ତେବେ ପରବର୍ତୀ ପର୍ଯ୍ୟାୟରେ ଦିଲ୍ଲୀରୁ ସିରସା ବିମାନରେ ଯିବା ସମ୍ଭବପର ନହେବାରୁ ହେଲିକପଟର ବ୍ୟବହାର ହୋଇଥିଲା । ଫଳରେ ବିଲ ବାବଦରେ କଂପାନୀ ରାଜ୍ୟ ସରକାରଙ୍କ ପାଖକୁ ୪୯ ଲକ୍ଷ ଟଙ୍କ ପଠାଇଥିଲା । ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିବା ପରେ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ତନାଘନା । ଫଳରେ ପରବର୍ତୀ ପର୍ଯ୍ୟାୟରେ ବିମାନ ଯୋଗାଇ ଥିବା କଂପାନୀ ବିଲରେ ପରିବର୍ତନ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲା ।

Naveen vs rajbhabanଯେଉଁଥିରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ବିମାନ ବାବଦରେ ୪୧ ଲକ୍ଷ ୧୮ ହଜାର୍ ଓ ଦିଲ୍ଲୀରୁ ସିରସା ଯିବାକୁ ହେଲିକପଟର ବାବଦରେ ୫ ଲକ୍ଷ ଖର୍ଚ୍ଚ ହୋଇଥିବା ନେଇ ବିଲ ଦିଆଗଲା । ଯେହେତୁ ଅନୁମତି ମିଳିଥିବା ଅର୍ଥ ଠାରୁ ବିଲ ବାବଦ ଅର୍ଥ ଅଧିକ ହେଲା ତେଣୁ ଅଡିଟ ବେଳେ କାଳେ କିଛି ଅସୁବିଧା ସାମ୍ନାକୁ ଆସିବ ତେଣୁ ଏ ବାବଦରେ ରାଜଭବନ ଠାରୁ ଜାଣିବାକୁ ଚାହିଁଥିଲେ ରାଜ୍ୟ ସରକାର । ଯାହାର ଉଦ୍ଦେଶ୍ୟ ଥିଲା, ୟୁଜର୍ସ ସାର୍ଟିଫିକେଟ ମିଳିବା ପରେ ବିଲ ବାବଦ ଅର୍ଥ ପ୍ରଦାନରେ କିଛି ଅସୁବିଧା ରହିବ ନାହିଁ କିମ୍ବା ରାଜ୍ୟ ସରାକରଙ୍କୁ ମଧ୍ୟ ଅଡିଟ ବେଳେ କିଛି ସମସ୍ୟା ସାମ୍ନା କରିବାକୁ ପଡିବ ନାହିଁ ।

ଖାଲି ଏତିକି ନୁହେଁ, ରାଜ୍ୟ ସରକାର ଜାଣିବାକୁ ଚାହିଁଛନ୍ତି, କାହିଁକି ଓ କେଉଁ ପରିସ୍ଥିତିରେ ରାଜ୍ୟପାଳଙ୍କ ବ୍ୟବହାର ପାଇଁ ହେଲିକପଟରକୁ ଭଡାରେ ନେବାକୁ ପଡିଲା, ପୂର୍ବ ନିର୍ଦ୍ଧାରିତ ସୂଚୀରେ କାହିଁକି ପରିବର୍ତ୍ତନ ହେଲା ଏବଂ ଏଥିପାଇଁ ଉପଯୁକ୍ତ ଅଧିକାରୀଙ୍କ ଅନୁମତି ନିଆଯାଇଥିଲା କି ନାହିଁ? ଏହି ତମାମ ତଥ୍ୟ ପରେ ବିଲ ବାବଦ ଅର୍ଥ ପ୍ରଦାନରେ କିଛି ବଡ ସମସ୍ୟା ରହିବ ନାହିଁ ବୋଲି ସୂଚନା ମିଳିଛି ।