କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗ । ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର । ପ୍ରକ୍ରିୟା ଆରମ୍ଭ କଲା ଆଇନ୍ ବିଭାଗ

62

କନକ ବ୍ୟୁରୋ : କୋଟିଆ ପାଇଁ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲାର କୋଟିଆର ୩ଟି ପଂଚାୟତରେ ଆନ୍ଧ୍ରପ୍ରଦେଶ ନିର୍ବାଚନର ଆୟୋଜନ କରିଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟକୁ ଯିବା ପାଇଁ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ ପାଇଁ ସରକାରଙ୍କ ପ୍ରସ୍ତୁତି । ଏନେଇ ଏଓଆର ଅର୍ଥାତ୍ ଆଡଭୋକେଟ୍ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖିଛନ୍ତି ସରକାର ।

କୋଟିଆରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ଓଡିଶା । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ବୋଲି ଜଣାପଡିଛି । ଏହାପରେ ଓଡିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ ।

ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର ହୋଇଛି । ଆନ୍ଧ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆ ପଂଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଂଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି ।