ହିଞ୍ଜିଳି ମ୍ୟୁନିସିପାଲିଟି ଓ ବ୍ୟବସାୟୀ ସଂଘର ଅଭିନବ ପଦକ୍ଷେପ : ଦୁଇଟି ଡୋଜ ଟିକା ନେଇଥିଲେ ରାସନ ସାମଗ୍ରୀରେ ମିଳିବ ୫% ରିହାତି 

121

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନିସିପାଲିଟିରେ ଲୋକଙ୍କ ଟିକାକରଣ ପାଇଁ ଅଭିନବ ପ୍ରୟାସ । ଲୋକଙ୍କ ଭିତରେ ଟିକା ନେବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି ମ୍ୟୁନିସିପାଲିଟି କର୍ତୃପକ୍ଷ । ଏଥିରେ ସହାୟତା କରୁଛନ୍ତି ବ୍ୟବସାୟୀ ସଂଘ । କଥାହେଲା ଦୁଇଟି ଡୋଜ୍ ଟିକା ନେଇଥିଲେ ରାସନ ସାମଗ୍ରୀ ଉପରେ ମିଳିବ ୫ ପ୍ରତିଶତ ରିହାତି ।

ଅର୍ଥାତ ଗ୍ରାହକ ଦୁଇଟି ଡୋଜ୍ ଟିକା ନେଇଥିଲେ ଯେକୌଣସି ଗ୍ରୋସରୀ ସାମଗ୍ରୀ ଉପରେ ୫ ପ୍ରତିଶତ ରିହାତି ଦେବେ ଦୋକାନୀ । ଏଥିପାଇଁ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରିଥିଲେ ହିଞ୍ଜିଳି ମ୍ୟୁନିସିପାଲିଟି କର୍ତୃପକ୍ଷ । ଏହି ପ୍ରସ୍ତାବରେ ଏକାଧିକ ବ୍ୟବସାୟୀ ରାଜି ହୋଇଛନ୍ତି । ଏଭଳି ପ୍ରୟାସ ଫଳରେ ଲୋକଙ୍କ ମନରୁ ଭ୍ୟାକ୍ସିନ ହେଜିଟେନ୍ସି ଅର୍ଥାତ କରୋନା ଟିକା ନେବା ପାଇଁ ଅନାଗ୍ରହ ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।