ଜଳୁଛି ଓଡ଼ିଶା ଜଙ୍ଗଲ । ସାରା ଦେଶରେ ଓଡ଼ିଶାର ଅଲୋଡ଼ା ରେକର୍ଡ । ଗତ ୪ ମାସ ମଧ୍ୟରେ ୧୨ ହଜାର ୨୧୭ ସ୍ଥାନରେ ଜଳିଲାଣି ଜଙ୍ଗଲ ।

88

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ । ଜଙ୍ଗଲ ନିଆଁରେ ସାରା ଦେଶରେ ଆଗରେ ରହିଛି ଓଡିଶା । ଏଭଳି ଏକ ଚିନ୍ତାଜନକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ସୃଷ୍ଟି ହୋଇଥିବା ଜଙ୍ଗଲି ନିଆଁ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୧୨ ହଜାର ୨୧୭ଟି ଚିହ୍ନଟ ହୋଇଛି । ଯେଉଁଥିରେ ୮୮୨ଟି ବଡ଼ଧରଣର ଜଙ୍ଗଲି ନିଆଁ ରହିଛି ଯାହାକି ଦେଶରେ ସର୍ବାଧିକ ।

ରାଜ୍ୟରେ ଜଳୁଛି ଜଙ୍ଗଲ । ଆଉ ଜଙ୍ଗଲ ନିଆଁରେ ଓଡିଶା ସାରା ଦେଶରେ ସବୁଠାରୁ ଆଗରେ ରହିଛି । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ଏଭଳି ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ଚିନ୍ତାକୁ ବଢାଇଦେଇଛି ।

ହୁତୁ ହୁୁତୁ ହୋଇ ଜଳୁଛି ଜଙ୍ଗଲ । ଖରା ଦିନ ଆରମ୍ଭ ନହେଉଣୁ ଜଙ୍ଗଲରେ ଲାଗିଛି ନିଆଁ । ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ସୃଷ୍ଟି ହୋଇଥିବା ଜଙ୍ଗଲି ନିଆଁ ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୧୨ ହଜାର ୨୧୭ଟି ଚିହ୍ନଟ ହୋଇଛି । ଯେଉଁଥିରେ ୮୮୨ଟି ବଡ଼ଧରଣର ଜଙ୍ଗଲି ନିଆଁ ରହିଛି ଯାହାକି ଦେଶରେ ସର୍ବାଧିକ । ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲାଗୁଥିବାବେଳେ କର୍ମଚାରୀଙ୍କ ବହୁ ପରିଶ୍ରମରେ ନିଆଁକୁ ଆୟ୍ତ କରିବାକୁ ଚେଷ୍ଟା ଚଳାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଙ୍ଗଲ ନିଆଁକୁ ଆୟତ କରିବାରେ ବିଫଳ ହୋଇଛି ବନ ବିଭାଗ ।

ଜଙ୍ଗଲରେ କାହିଁକି ଲାଗୁଛି ନିଆଁ?
ଜାଣିଶୁଣି ଲଗାଯାଉଛି କି ନିଆଁ ?
ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ,
-୭ ଦିନରେ ୬୮୨୯ଟି ସ୍ଥାନରେ ନିଆଁ ଚିହ୍ନଟ
– ଚଳିତ ବର୍ଷ ୧୨ ହଜାର ୨୧୭ ସ୍ଥାନରେ ଜଳିଲାଣି ଜଙ୍ଗଲ
– ୯୮ଟି ସ୍ଥାନରେ ଏବେ ବି ଜଳୁଛି ଜଙ୍ଗଲ
– ୪ ମାସ ମଧ୍ୟରେ ଯେତିକି ଜଙ୍ଗଲି ନିଆଁ ଓଡ଼ିଶାରେ ହୋଇଛି ତା ଠାରୁ ଅଧିକ କେବଳ ଗତ ୧୦ ଦିନରେ ହୋଇଛି
-ମାର୍ଚ୍ଚ ୩ ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଦେଶର ସର୍ବାଧିକ ବଡ଼ଧରଣର ଜଙ୍ଗଲୀ ନିଆଁ ସୃଷ୍ଟି ହୋଇଛି
– ମାର୍ଚ୍ଚ ୩ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୬୧୨ଟି ଜଙ୍ଗଲୀ ନିଆଁ

ବିଶେଷକରି ଅଧିକାଂଶ ଜଙ୍ଗଲ ନିଆଁ କୋରାପୁଟ, ବାରିପଦା, ବ୍ରହ୍ମପୁର ଓ ଅନୁଗୁଳ ସର୍କଲରେ ରହିଛି । ଏହି ସବୁ ରେଞ୍ଜରେ ହେକ୍ଟକ ହେକ୍ଟର ଜମିରେ ଜଙ୍ଗଲ ନିଆଁ ବ୍ୟାପୁଥିବା ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ରିପୋର୍ଟରେ କୁହାଯାଇଛି । ଶିମିଳିପାଳ, ଚନ୍ଦକା, ବାଲିଗୁଡା, ତୁମୁଡିବନ୍ଧ, ସୁନାବେଡା, ନାରାୟଣପାଟଣା, ଝରିଗାଁ ଓ ଘୁମୁସର ଭଳି ରେଞ୍ଜରେ ବି ଜଙ୍ଗଲୀ ନିଆଁ ବ୍ୟାପୁଛି ।
ନିଆଁ ଲିଭାଇବା ପାଇଁ ରାଜ୍ୟରେ ହଜାରେରୁ ଅଧିକ ବନ ସୁରକ୍ଷା ସମିତି, ସ୍ପେଶାଲ ସ୍କାର୍ଡ ନିୟୋଜିତ ହୋଇଛନ୍ତି । ସଚେତନତା ପାଇଁ ମହିଳା ସେଲଫ ହେଲପ ଗ୍ରୁପକୁ ବି ନିୟୋଜିତ କରାଯାଉଛି । ତ ସତ୍ୱେ ନିଆଁ ଆୟତ ହୋଇପାରୁନି , ଯାହା ଚିନ୍ତା ବଢାଇଛି ।

ଓଡିଶାରେ ସର୍ବାଧିକ ଜଙ୍ଗଲରେ ନିଆଁ ବ୍ୟାପିଥିବାବେଳେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ମିଜୋମରମରେ ବି ଜଙ୍ଗଲ ନିଆଁ ବ୍ୟାପିଛି । ଅଧିକାଂଶ କ୍ଷେତ୍ରରେ ସଚେତନତାର ଅଭାବ ଓ ଜାଣିଶୁଣି ନିଆଁ ଲଗାଯାଉଥିବାରୁ ନିଆ ବ୍ୟାପୁଛି । ବନବିଭାଗର ଉଦ୍ୟମ ବି ଫେଲ ମାରିଛି ।