ରାଜ୍ୟରେ ଉତ୍କଟ ହେଉଛି କରୋନା ସ୍ଥିତି । ଆଇସିୟୁରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଂଟାରେ ରାଜ୍ୟରେ ପୂରଣ ହେଲାଣି ୩୫ ପ୍ରତିଶତ ICU ବେଡ୍ । 

135

କନକ ବ୍ୟୁରୋ: ରାଜ୍ୟରେ କ୍ରମାଗତ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୨ଟି ଜିଲ୍ଲା ରେଡ୍ ଜୋନରେ ଥିବାବେଳେ ୮ଜିଲ୍ଲା ୟେଲୋ ଜୋନରେ ରହିଛି । ଆଉ ଏହାରି ଭିତରେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି । ୨୩ ତାରିଖରେ ୨୬ ପ୍ରତିଶତ ଆଇସିୟୁ ବେଡ୍ ଭର୍ତି ହୋଇଥିବାବେଳେ ୨୪ ଘଂଟା ଭିତରେ ଏହା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୪ ତାରିଖ ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ଆଇସିୟୁ ବେଡ ଭର୍ତି ହୋଇଥିବା ଜଣାପଡିଛି । ରାଜ୍ୟରେ କେତେ କରୋନା ବେଡ ରହିଛି  ଏବଂ କେତେ ଖାଲି ଅଛି ? 

କରୋନା ବେଡର ହିସାବ କିତାବ

– ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ମୋଟ୍ ୯ ହଜାର ୯୧୨ କରୋନା ବେଡ୍ ରହିଛି

– ଏହା ଭିତରୁ ୨୨.୧୮ ପ୍ରତିଶତ ଅର୍ଥାତ ୨ ହଜାର ୧୯୮ ବେଡରେ ଅଛନ୍ତି କରୋନା ଆକ୍ରାନ୍ତ

– ସେହିପରି ସରକାରୀ ଓ ଘରୋଇ ହସ୍ପିଟାଲରେ ୨ ହଜାର ୪୩୬ ଆଇସିୟୁ ବେଡ ମହଜୁଦ ଅଛି

– ତାହା ମଧ୍ୟରୁ ୩୫.୫୯ ପ୍ରତିଶତ ଅର୍ଥାତ ୮୬୭ ଆଇସିୟୁ ବେଡରେ ଅଛନ୍ତି କରୋନା ରୋଗୀ

– ମୋଟ୍ ୮୦୪ ଭେଂଟିଲେଟର ମଧ୍ୟରୁ ୧୮.୦୩ ପ୍ରତିଶତ ଅର୍ଥାତ ୧୪୫ ବେଡରେ ରୋଗୀ ଅଛନ୍ତି

– ରାଜ୍ୟରେ ମୋଟ୍ ୨୦ ହଜାର ୪୦୭ ଅକ୍ସିଜେନ ଯୁକ୍ତ ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ ରଖାଯାଇଛି