ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ଘଂଟା ଭିତରେ ୧୩ଶହ ୭୪ ନୂଆ ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

226

ରାଜ୍ୟରେ କରୋନା ମିଟର ଉପର ମୁହାଁ । ୨୪ଘଂଟା ଭିତରେ ୧୩ଶହ ୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ୮ଶହ ୧୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୬୨ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୩ଶହ ୫୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ବରଗଡ଼ରୁ ୫୯, ଅନୁଗୁଳରୁ ୩୩, ବାଲେଶ୍ବରରୁ ୧୭, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୨, କଟକରୁ ୫୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୫, ଗଜପତିରେ ୮ ଜଣ, ଗଞ୍ଜାମରେ ୨୦ଜଣ, ଯାଜପୁରରେ ୨୫ଜଣ, ଜଗତସିଂହପୁରରେ ୯ଜଣ, ଝାରସୁଗୁଡ଼ାରେ ୫୨ ଜଣ, କଳାହାଣ୍ଡିରୁ ୪୫ଜଣ, କନ୍ଧମାଳରେ ୩, କେନ୍ଦ୍ରାପଡ଼ାରେ ୪ଜଣ, କେଉଁଝରରେ ୨୪ଜଣ, କୋରାପୁଟରେ ୮ ଜଣ, ମୟୁରଭଞ୍ଜରେ ୨୬ ଜଣ, ନବରଙ୍ଗପୁରରେ ୨୦ଜଣ, ନୟାଗଡ଼ରେ ୧୩, ନୂଆପଡ଼ାରେ ୧୩୫ ଜଣ, ପୁରୀରେ ୪୪ ଜଣ, ରାୟଗଡ଼ାରୁ ୪୭, ସମ୍ବଲପୁରରେ ୭୭ଜଣ, ସୋନପୁରରେ ୪ ଜଣ ଓ ଷ୍ଟେଟ ପୁଲରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୮,୧୮୨। ଏମାନଙ୍କ ଭିତରୁ ୩, ୩୯,୨୦୦ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦୦୩ଜଣ ସକ୍ରିୟ ଅଛନ୍ତି।

ଦିନକୁ ଦିନ କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବା ଏକ ଚିନ୍ତାଜନକ ବିଷୟ ପାଲଟିଯାଇଛି । ବାହାର ରାଜ୍ୟରୁ ପ୍ରବାସୀ ଓଡିଆ ଫେରୁଥିବା ବେଳେ କରୋନା ସଂକ୍ରମଣ ଆହୁରି ବଢିବ ବୋଲି ଆଶଂକା କରାଯାଉଛି । ସେପଟେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ମାସ୍କ ଲଗାଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ଲୋକେ ସଚେତନ ରହିବେ ତେବେ ପୂର୍ବ ବର୍ଷ ଭଳି କରୋନାକୁ ବ୍ୟାପିବାରୁ ରୋକାଯାଇ ପାରିବ ।