ଆସୁଛି ଲଘୁଚାପ : ୨ରୁ ୪ ତାରିଖ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ; ଚିନ୍ତାରେ ଚାଷୀ

ବର୍ଷାରୁ ସୁରକ୍ଷା ଦେବା ପାଇଁ ଦିନ ରାତି ଏକ କରି ଧାନ କାଟିଲେ ଚାଷୀ; ରାଜ୍ୟର ବିଭିନ୍ନ ଭାଗରୁ ଆସିଲା ତରବରିଆ ଧାନକଟାର ଚିତ୍ର

168

କନକ ବ୍ୟୁରୋ : ଆଗକୁ ଆସୁଛି ଲଘୁଚାପ । ଗତକିଛି ଦିନ ତଳେ ଅଦିନିଆ ବର୍ଷାରେ ଗଂଜାମ ଖଲ୍ଲିକୋଟ ଅଂଚଳର ହଜାର ହଜାର ଏକର ଧାନ ଫସଲ ନଷ୍ଟ ହୋଇଥିବାବେଳେ ଏବେ ଆଉ ଏକ ଲଘୁଚାପଜନିତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି । ଅଦିନିଆ ବର୍ଷା ଖଲ୍ଲିକୋଟ ଅଂଚଳର କୋମଣ୍ଡ, ଦାନପୁର, ଲଙ୍ଗଳେଶ୍ୱର, ବିଏନପୁର, ମଥୁରା ଭଳି ଅନେକ ପଂଚାୟତର ହଜାର ହଜାର ଏକର ଧାନ ଜମି ନଷ୍ଟ ହୋଇଥିଲା ।

କିଛି ଦିନ ତଳେ ହୋଇଥିବା ଅଦିନିଆ ବର୍ଷାରେ ବିଲରେ ଅମଳ ପାଇଁ ଥିବା ଧାନ ଗଜା ହୋଇଯାଇଥିଲା । ଏବେ ବି ବର୍ଷା ପାଣି ବିଲରେ ଥିବାବେଳେ ପାଣିପାଗ ସୂଚନା ଅନୁଯାୟୀ, ଆଗକୁ ଆସୁଛି ଆଉ ଏକ ଲଘୁଚାପ । ଯାହା ଦ୍ୱାରା ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଛିି । ଯଦି ବର୍ଷା ହୁଏ ତେବେ ବର୍ଷକର ସମୂର୍ଣ୍ଣ ଅମଳ ନଷ୍ଟ ହେବା ସୁନିଶ୍ଚିତ । ପୂର୍ବରୁ ହୋଇଥିବା କ୍ଷୟକ୍ଷତିର ଆକଳନ ଅନୁସାରେ ଏଯାଏଁ ସରକାରଙ୍କ ତରଫରୁ କୈାଣସି ସହାୟତା ରାଶି ମିଳିନି । ଏବେ ଆଗକୁ ଆସୁଥିବା ଆଉ ଏକ ଲଘୁଚାପ ଚାଷୀଙ୍କ ଚିନ୍ତା ବଢାଇଛି ।