ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ କମିଲା ସଂକ୍ରମଣ : ଆଜି ୧୦ହଜାର ୩୬୮ ପଜିଟିଭ ଚିହ୍ନଟ, ୭ ମୃତ

123

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୯୦ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୬ ଜଣ, ବାଲେଶ୍ୱରରୁ ୩୦୪ ଜଣ, ବରଗଡ଼ରୁ ୧୫୨ ଜଣ, ଭଦ୍ରକରୁ ୧୨୯ ଜଣ, ବଲାଙ୍ଗୀରରୁ ୨୫୩ ଜଣ, ବୌଦ୍ଧ ଜିଲ୍ଲାରୁ ୭୬, କଟକରୁ ୯୪୦ ଜଣ, ଦେବଗଡ଼ରୁ ୭୮ ଜଣ, ଢେଙ୍କାନାଳରୁ ୮୩ ଜଣ, ଗଜପତିରୁ ୧୦୦, ଗଞ୍ଜାମରୁ ୧୮୭ ଜଣ, ଜଗତସିଂହପୁରରୁ ୧୬୫ ଜଣ, ଯାଜପୁରରୁ ୨୯୦ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କଳାହାଣ୍ଡିରୁ ୧୯୪ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୧୦୬ ଜଣ, କେଉଁଝରରୁ ୧୨୩ ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୫୮ ଜଣ, ମୟୁରଭଞ୍ଜରୁ ୧୬୫ ଜଣ, ନବରଙ୍ଗପୁରରୁ ୧୬୨, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୯୬ ଜଣ, ପୁରୀରୁ ୧୪୦ ଜଣ, ରାୟଗଡ଼ାରୁ ୨୦୮ ଜଣ, ସମ୍ୱଲପୁରରୁ ୨୪୭ ଜଣ, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୫୦୫ ଜଣ ଓ ଷ୍ଟେଟ ପୁଲରୁ ୬୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୭୭,୪୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୮୦, ୫୬୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୮, ୩୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ସେହିପରି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୪ ଜଣ ଥିବା ଜଣାଯାଇଛି। ଅପରପକ୍ଷରେ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମୃତକଙ୍କ ମଧ୍ୟରେ ଜଣେ ମାତ୍ର ମହିଳା ଥିବା ବେଳେ ୬ ଜଣ ପୁରୁଷ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଜଣେ ୫୨ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଠିକ୍ ସେହିପରି ରାଜଧାନୀ ଭୁବନେଶ୍ୱରର ୯୬, ୭୯, ୮୪ ଓ ୬୪ ବର୍ଷିୟ ପୁରୁଷ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରୁ ଜଣେ ୪୫ ବର୍ଷିୟ ଓ ସମ୍ବଲପୁର ଜିଲ୍ଲାର ଜଣେ ୧୯ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି ।